34.1 C
Bhubaneswar
Friday, March 29, 2024
Homeଅପରାଧପ୍ରେମିକା ସହିତ ପ୍ରେମିକ କ’ଣ କଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରେମିକା ସହିତ ପ୍ରେମିକ କ’ଣ କଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳର ଜଣେ ୨୦ ବର୍ଷିୟା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ଗର୍ଭବତୀ କରି ଫେରାର ହେବା ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ପୁଲିସ କବିସୂର୍ଯ୍ୟନଗର ଥାନା ଅଞ୍ଚଳରୁ ଗିରଫ କରିଛି । ଗିରଫ ଜଣକ ଶେରଗଡ଼ ବ୍ଳକ କୁଲାଗଡ଼ ଗ୍ରାମର ସମିର ସେଠୀ ।
ସୂଚନା ଅନୁଯାୟୀ, ହିଞ୍ଜିଳି ଥାନା ଅଞ୍ଚଳର ଯୁବତୀଙ୍କ ସହ ଶେରଗଡ଼ ବ୍ଲକ କୁଲାଗଡ଼ ଗ୍ରାମର ସମିର ସେଠୀଙ୍କ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଏକ ସୁତାକଳରେ କାମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଢିଉଠିଥିଲା । ପରେ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ । ଯୁବତୀ ଜଣକ ଗର୍ଭବତୀ ହେବା ଜାଣିପାରି ଯୁବକ ଜଣକ ବାହାନା କରି ପରିବାର ଲୋକଙ୍କୁ ବିବାହର ପ୍ରସ୍ତାବ କହିବା ନେଇ ପୈତୃକ ଗ୍ରାମକୁ ଆସିଥିଲେ । ୨ମାସ ଧରି ପ୍ରେମିକ ଜଣକ ନଫେରିବାରୁ ସନ୍ଦେହ କରି ଯୁବତୀ ଜଣକ ପ୍ରେମିକଙ୍କ ଗ୍ରାମକୁ ଆସିଥିଲେ । କିନ୍ତୁ ପ୍ରେମିକଙ୍କ ଘରେ ତାଲା ଝୁଲୁଥିବାର ଦେଖି ସଂପୃକ୍ତ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ସହ ଘଟଣା ନେଇ ଆଲୋଚନା କରିଥିଲେ । କୌଣସି ସୁଫଳ ନମିଳିବାରୁ ଘଟଣା ନେଇ ପ୍ରେମିକା ଜଣକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଯୁବତୀ ଜଣକ ଗତ ୧୦ ତାରିଖରେ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରେମିକଙ୍କ ଘରର ତାଲା ଭାଙ୍ଗି ଘରେ ରହିଥିଲେ । ୧୩ ତାରିଖରେ ପ୍ରେମିକଙ୍କ ଘର ଲୋକେ ଆସି ଯୁବତୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ । ମାଡ଼ ମାରିବା ପରେ ପରିବାର ସଦସ୍ୟ ପୁଣି ଥରେ ଫେରାର ହୋଇ ଯାଇଥିଲେ । ଉପାୟ ଶୁନ୍ୟ ହୋଇ ପ୍ରେମିକା ଜଣକ ପ୍ରେମିକଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ । ଶେଷରେ ପୁଲିସ ପ୍ରେମିକକୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking