27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଯାଜପୁର ଓ ଭଦ୍ରକ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ; ଥରିଲା ଘରଦ୍ୱାର, ଲୋକେ ଭୟଭୀତ

ଯାଜପୁର ଓ ଭଦ୍ରକ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ; ଥରିଲା ଘରଦ୍ୱାର, ଲୋକେ ଭୟଭୀତ

ଯାଜପୁର : ଆଜି ଯାଜପୁରରେ ଏକ ପ୍ରଚଣ୍ଡ ଶବ୍ଦ ଯାଜପୁର ଓ ଭଦ୍ରକ ଅଂଚଳକୁ ଥରାଇ ଦେଇଛି । ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ସେଥିରେ ଘରଦ୍ୱାରର କବାଟ ଆଦି ଥରି ଯାଇଥିଲା । ବିଶେଷକରି ଯାଜପୁର ଟାଉନ, ଚଣ୍ଡିଖୋଲ, ଯାଜପୁର ରୋଡ, କୋରାଇ କଳିଙ୍ଗ ନଗର ବିଂଝାରପୁର ଏବଂ ଭଦ୍ରକର ଭଣ୍ଡାରିପୋଖରୀ ଅଂଚଳରେ ଲୋକେ ଏହି ଶବ୍ଦ ଶୁଣିଥିବା କହୁଛନ୍ତି । ପ୍ରଥମେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଭିବା ପରେ ଲଗାତାର ଦୁଇଥର ଶବ୍ଦ ଶୁଣିଥିବା ଲୋକମାନେ କହିଛନ୍ତି । ତେବେ ଏହି ଶବ୍ଦ କେଉଁଠି କିଭଳି ଘଟିଛି ସେ ବିଷୟରେ କୌଣସି ବି ସୂଚନା ମିଳିପାରିନାହିଁ । ଲୋକମାନେ ଭୟଭୀତ ହୋଇ ଅନେକ ପ୍ରକାରର ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । କଣ କଳିଯୁଗ ଶେଷ ସମୟ ମହାପୁରୁଷ ଅଚ୍ୟୁତାନନ୍ଦ ଭବିଷ୍ୟତ ମାଳିକାରେ ଲେଖିଥିଲେ ଭୈରବ ଡ଼ାକିବ ପ୍ରଚଣ୍ଡ ଶବ୍ଦ ହେବ ଏହି ଶବ୍ଦକୁ ନେହି ଚର୍ଚ୍ଚା ହେଉଛି । ବୋମା ଫୁଟି ଲାପରି ପଚଣ୍ଡ ଶବ ହେଲା ତ୍ରୀବ୍ର ଆବାଜ ହେଲା ଏହା କଣ ଲୋକ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking