27.1 C
Bhubaneswar
Friday, March 29, 2024
Homeକରୋନାଅଚାନକ ସ୍ୱାଦ ନ ବାରି ପାରିବା କିମ୍ବା ସୁଘିଂବା ଶକ୍ତି କମିବା ମଧ୍ୟ କରୋନା ଲକ୍ଷଣ

ଅଚାନକ ସ୍ୱାଦ ନ ବାରି ପାରିବା କିମ୍ବା ସୁଘିଂବା ଶକ୍ତି କମିବା ମଧ୍ୟ କରୋନା ଲକ୍ଷଣ

ନୂଆଦିଲ୍ଲୀ: ସାଧାରଣ ଭାବେ ଜ୍ୱର ହେବା, ଥଣ୍ଡା କାଶ ହେବା ସହ ଗଳା ଦରଜ ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିପାରିବା ହେଉଛି କରୋନା ଲକ୍ଷଣ । ହେଲେ ଏବେ ଏଥିରେ ଆଉ ଏକ ନୂଆ କଥା ମଧ୍ୟ ଯୋଡି ହୋଇଛି । ତାହା ହେଲା ଅଚାନକ ଭାବେ ସ୍ୱାଦ ବାରି ନପାରିବା କିମ୍ବା ସୁଘିଂବା ଶକ୍ତି କମିବା ମଧ୍ୟ କରୋନାର ଲକ୍ଷଣ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକୋଲ୍‌: କୋଭିଡ ୧୯ ସୂଚୀରେ ଏହାକୁ ଯୋଡା ଯାଇଛି । ଭାରତରେ ଏବେ ହୁ ହୁ ହୋଇ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ଏବେ ୩ ଲକ୍ଷ ପାର୍ କରିଛି । ଗତ ରବିବାର କୋଭିଡ ୧୯କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ଆଲୋଚନା ହୋଇଥିଲା । କରୋନାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କ୍ଲିନିକାଲ୍ ଗାଇଡ ଲାଇନ ଜାରି କରିଛି । ୬୦ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି, ଡାଇବେଟିସ୍‌, ହାଇପରଟେନସନ, ହୃଦରୋଗ, ଶ୍ୱାସ ରୋଗୀ, କୀଡନୀ ରୋଗ ଥିବା ବ୍ୟକ୍ତିଙ୍କୁ କରୋନା ଅଧିକାଂଶ ଭାବରେ ସଂକ୍ରମିତ କରିଥାଏ । ଅନ୍ୟପଟେ ରେମଡେସିଭର ମେଡିସିନକୁ ନେଇ ଗାଇଡଲାଇନରେ ଦର୍ଶାଯାଇଛି ଯେ, ଜରୁରୀକାଲିନ ପରିସ୍ଥିତିରେ ଏହାକୁ ରୋଗୀଙ୍କୁ ଦିଆଯାଇପାରିବ । ଖାସ କରି ଯିଏ ଅକ୍ସିଜେନରେ ଥିବେ ଏବଂ ମଡରେଟ କ୍ୟାଟେଗୋରୀରେ ଥିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking