39.1 C
Bhubaneswar
Tuesday, April 23, 2024
Homeଓଡିଶାନବବର୍ଷ-୨୦୨୦ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ହଜାରହଜାର ଶ୍ରଦ୍ଧାଳୁ

ନବବର୍ଷ-୨୦୨୦ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ହଜାରହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର: ନବବର୍ଷ-୨୦୨୦ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ହଜାରହଜାର ଶ୍ରଦ୍ଧାଳୁ | ଆଜି ଶ୍ରୀକ୍ଷେତ୍ରରେ ଲୋକାରଣ୍ୟ ଦେଖାଯାଇଛି । ରାତି ଗୋଟାଏରେ ଶ୍ରୀମନ୍ଦିର କବାଟଗୁଡ଼ିକ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବା ପରେ ପ୍ରବଳ ଭିଡ଼ ହୋଇଥିଲା । ରାତି ପାହିଲା ବେଳକୁ ଲକ୍ଷାଧିକ ଭକ୍ତ ଶ୍ରୀଜିଉମାନଙ୍କୁ ଦର୍ଶନ କରିସାରିଥିବା ବେଳେ ଆଜି ଦିନ ତମାମ ଶ୍ରୀକ୍ଷେତ୍ରରେ ଭିଡ଼ ରହିବ ବୋଲି ଅନୁମାନ କରାଯାଇଛି । ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିର ଆୟୋଜନ କରାଯାଇଛି । ସେଥିପାଇଁ ରାତି ଗୋଟାଏରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଦର୍ଶନ ଆରମ୍ଭ ହୋଇଯାଇଥିଲା ।
ନବବର୍ଷ ଉପଲକ୍ଷେ ଚଳିତ ବର୍ଷ ଭିନ୍ନ ଢଙ୍ଗରେ ସଜାଯାଇଛି । ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ଭଜନ ଓ ଜଣାଣର ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଟ୍ରାଫିକ ଗାଇଡଲାଇନ ଜାରି କରାଯାଇଛି । ଭକ୍ତମାନେ ନିଜ ଇଚ୍ଛାରେ ଗାଡ଼ିଗୁଡ଼ିକ ପାର୍କିଂ କରିପାରିବେ ନାହିଁ । ଗାଡ଼ିଗୁଡ଼ିକ ପାର୍କିଂ କରିବା ପାଇଁ ମାଳତୀପାଟପୁର, ତାଳବଣିଆ, ଇଣ୍ଡୋର ଷ୍ଟାଡିୟମ, ଆଇଟିଆଇ ପରିସର ଓ ଜଗନ୍ନାଥ ଷ୍ଟାଡିୟମରେ ପାର୍କିଂର ବ୍ୟବସ୍ଥା କରାଯାଇଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking