ଯାଜପୁର : ଯାଜପୁର ସହରରେ ଦିବାଲୋକରେ ଜଣେ ମହିଳାଙ୍କ ଠାରୁ ଏକ ଲକ୍ଷ ଚାଳିଶ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇ ଆଖି ପିଛୁଳାକେ ଛୁ ମାରିଲେ । ମଙ୍ଗଳପୁର ଅଞ୍ଚଳର ବୀଣାପାଣି ପଣ୍ଡା ନାମକ ମହିଳା ଯାଜପୁରର ଏନ ସି କଲେଜ ନିକଟରେ ଥିବା ଇକୋବ୍ୟାଙ୍କରୁ ଏକ ଲକ୍ଷ ଚାଳିଶି ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ଏକ ଅଟୋରେ ବସି ଘରକୁ ଯିବାପାଇଁ ବସିଥିଲେ l ଏହି ସମୟ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଆଖି ପିଛୁଳାକେ ଛୁ ମାରିଥିଲେ l ଏ ସମ୍ପର୍କରେ ଯାଜପୁର ଥାନାରେ ଅଭିଯୋଗ ଦୁର୍ବୃତ୍ତ ମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇନାହିଁ ।