27.1 C
Bhubaneswar
Thursday, April 25, 2024
Homeଅପରାଧବନ୍ଧୁକ ମୁନରେ ଝାମ୍ପିନେଲେ ୨ ଲକ୍ଷ

ବନ୍ଧୁକ ମୁନରେ ଝାମ୍ପିନେଲେ ୨ ଲକ୍ଷ

ଭୁବନେଶ୍ୱର: ଭାତପଡାଠାରେ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଉକ୍ତ ବ୍ୟକ୍ତି ଜଣକ ଫଳ କିଣିବାକୁ ବାଇକରେ କଟକ ଯିବା ବେଳେ ସେ ୨ ଜଣଙ୍କୁ ବନ୍ଧୁକରେ ଆକ୍ରମଣ କରିଥିଲେ ଦୁବୃତ୍ତ । ଲୁଟେରାଙ୍କ ବନ୍ଧୁକ ପ୍ରହାରରେ କେନ୍ଦ୍ରାପଡାର ଫଳ ବ୍ୟବସାୟୀଙ୍କ ମୁଣ୍ଡ ଫାଟିଯାଇଥିବା ସୂଚନା ମିଳିଛି । ବାଇକରୁ ସହଯୋଗୀ ପଡିଯିବା ପରେ ଲୁଟେରା ୨ ଲକ୍ଷ ଝାମ୍ପିନେଇ ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତମାନ ରାଜ୍ୟରେ କରୋନା ଭୟାବହତା ଜାରି ରହିଥିବା ବେଳେ ଲୁଟେରାଙ୍କ ଆତଙ୍କ ମଧ୍ୟ ଏକପ୍ରକାର ବଢିଯାଇଛି ।
ଆଜି ରାଜ୍ୟରେ ୭୧୮ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ୭୧୮ ଚିହ୍ନଟଙ୍କ ମଧ୍ୟରୁ ୪୭୯ଟି କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୯ଟି ରହିଛି । ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୧୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଆଜି ରାଜ୍ୟରେ ୭୧୮ ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ପାର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking