26.1 C
Bhubaneswar
Wednesday, August 10, 2022
Homeଓଡିଶାବାହାଘର ପୂର୍ବରୁ କଳାକନା ବୁଲାଇଲେ ଚୋର

ବାହାଘର ପୂର୍ବରୁ କଳାକନା ବୁଲାଇଲେ ଚୋର

ନୟାଗଡ଼: ନୟାଗଡ଼ରେ ମାତିଲେ ଲୁଟେରା । ଝିଅ ବାହାଘର ପୂର୍ବରୁ ଘରେ କଳାକନା ବୁଲାଇଲେ ଚୋର । ଭାପୁର ବ୍ଲକ କଇଁଫୁଲିଆ ଗାଁର ପ୍ରମୋଦ କୁମାର ରାଉତଙ୍କ ଘରେ ହୋଇଛି ଚୋରି । ବିଳମ୍ବିତ ରାତିରେ ଘରେ ପସି ୨୦ ଭରି ସୁନା ଗହଣା ସହ ନଗଦ ୧୦ ଲକ୍ଷ ଟଙ୍କା ଚୋରି ଅଭିଯୋଗ । ସୂଚନା ଅନୁସାରେ ପ୍ରମୋଦ କୁମାର ରାଉତ ତାଙ୍କ ଝିଅ ବାହାଘର ପାଇଁ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଉଠାଇ ଆଣି ଗତକାଲି ଘରେ ରଖିଥିଲେ । ହେଲେ ବିଳମ୍ବିତ ରାତିରେ ସମସ୍ତେ ଘରେ ଖାଇପିଇ ଶୋଇ ସାରିବା ପରେ ଦୁର୍ବୃତ୍ତ ବାରି ପଛ ପଟ କବାଟ ତାଡି ଘରେ ଥିବା ୧୦ ଲକ୍ଷ ଟଙ୍କା ସହିତ ୨୦ ଭରି ସୁନାଗହଣା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଫତେଗଡ଼ ପୋଲିସକୁ ଲିଖିତ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking