28.1 C
Bhubaneswar
Wednesday, April 24, 2024
Homeଅପରାଧମନ୍ଦିର ହୁଣ୍ଡି ଭାଙ୍ଗି ଚୋରି

ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି

ବାଲିଅନ୍ତା: ଦିନକୁ ଦିନ ଚୋରଙ୍କ ଉତ୍ପାତ ବଢିବାରେ ଲାଗିଛି । ପୋଲିସ ଯେତେ କଡାନଜର ରଖିଲେ ମଧ୍ୟ ସେମାନେ ତାଙ୍କ କାମ କରି ଚାଲିଛନ୍ତି । ପୋଲିସ ରାତିରେ ପେଟ୍ରୋଲିଂ କରୁଥିଲେ ମଧ୍ୟ ସେମାନଙ୍କର ଡର ଭୟ କିଛି ବି ନାହିଁ । ତେବେ ଚୋର ମାନେ କେବେ ଘରର ତାଲା ଭାଙ୍ଗି ଲୁଟି ନେଉଛନ୍ତି ତ କେବେ ବନ୍ଧୁକ ମୁନରେ ଲୁଟ । କେବେ ଗ୍ରାହକ ସାଜି ବି ଲୁଟି ନେଉଛନ୍ତି । ଏହିଭଳି ଭାବେ ବିଭିନ୍ନ ଆଳରେ ସେମାନେ ଲୁଟି ନେଇଥାଆନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଅନ୍ତାରେ ।
ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅନ୍ତର୍ଗତ ଭୁବନପୁର ସ୍ଥିତ ମା’ ଉତ୍ତରମୁଖୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଆଜି ପୂର୍ବାହ୍ନରେ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ମାନେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା ହୁଣ୍ଡିବାକ୍ସ ସହିତ ସେଠାରେ ବିକ୍ଷିପ୍ତ ଭାବେ ପଡ଼ିଥିବା କିଛି ଖୁଚୁରା ପଇସା ଜବତ କରିଛି । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ କରିବା ସହ ଚୋର ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking