ୟୁରିଆ ସାର ପାଇଁ ସରକାରୀ ସାର ଗୋଦାମ ଆଗରେ ଚାଷୀଙ୍କ ଲମ୍ବା ଲାଇନ

ନୟାଗଡ: ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ରେ ଥିବା ସରକାରୀ IFFCO ସାର ଗୋଦାମ ଆଗରେ ୟୁରିଆ ସାର ପାଇଁ ଚାଷୀମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ବର୍ତମାନ ସମୟରେ ଚାଷକାର୍ଯ୍ୟ ହେଉଥିବା ଯୋଗୁ ସାର ଅତ୍ୟନ୍ତ ଜରୁରୀ ହୋଇପଡିଥିବା ବେଳେ ସାର ର ଅଭାବୀ ବିକ୍ରି ଦେଖିବାକୁ ମିଳିଛି । ଯାହାଫଳରେ ସାର ପାଇଁ ଚାଷୀଙ୍କୁ ଲମ୍ବାଲାଇନ ଧରି ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ରଣପୁର ବ୍ଲକରେ ୫୦୦୦ ହଜାରରୁ ଅଧିକ ଚାଷୀ ଅଛନ୍ତି । ସେଥିପାଇଁ 150ଟନ ର ୟୁରିଆ ସାର ର ଆବଶ୍ୟକ ପଡୁଥିବା ବେଳେ ମାତ୍ର ୟୁରିଆ ସାର ଆସିଛି 60ଟନ । ଲୋକଙ୍କ ଦରକାର ଅନୁଯାଇ ସାର ଆସୁନଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟ ପଟେ କରନା ପରିସ୍ଥିତି ସମୟରେ ଏପରି ଦୃଶ୍ୟ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାବେଳେ ଏହାକୁ ନେଇ ବୃଦ୍ଧିଯିବି ମହଲରେ ଚିନ୍ତା ପ୍ରକାଶ ହୋଇଛି ।

LEAVE A REPLY

Please enter your comment!
Please enter your name here