39.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶଅଦ୍ଭୁତ ଘଟଣା : ୬ ଘଣ୍ଟା ହାର୍ଟ ବନ୍ଦ ହେବାପରେ ବି ବଞ୍ଚିଗଲେ

ଅଦ୍ଭୁତ ଘଟଣା : ୬ ଘଣ୍ଟା ହାର୍ଟ ବନ୍ଦ ହେବାପରେ ବି ବଞ୍ଚିଗଲେ

ଲଣ୍ଡନ : ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ନିଛକ ସତ | ୬ ଘଣ୍ଟା ହାର୍ଟ ବନ୍ଦ ହେଲା ପରେ ବି ଜଣେ ମହିଳା ବଞ୍ଚିଯାଇଛନ୍ତି । ୬ ଘଣ୍ଟା ବନ୍ଦ ହେବାପରେ ଏହି ମହିଳାଙ୍କର ହୃଦଯନ୍ତ୍ର ପୁଣି କାର୍ଯ୍ୟ କରିବା ଆରମ୍ଭ କରିଥିଲା ବୋଲି ଜଣା ପଡିଛି । ହଠାତ୍‌ ଆଉଡ୍ରେୟ ମାସ୍‌ ନାମକ ଏହି ମହିଳାଙ୍କର ଶରୀରର ତାପମାତ୍ରା କମିବାରେ ଲାଗିଥିଲା । ସେ ଏକ ପାର୍ବତୀୟ ଅଞ୍ଚଳକୁ ବୁଲବାକୁ ଯାଇଥିବା ବେଳେ ତାଙ୍କ ଶରୀରରେ ଏହି ବିଲକ୍ଷଣ ଦେଖା ଦେଇଥିଲା । ତେବେ ତୁରନ୍ତ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ମାସ୍‌ଙ୍କୁ ବ୍ରାସିଲୋନାରେ ଥିବା ଭାଲ୍‌ ଡି ହେବ୍ରୋନ୍‌ ହସ୍‌ପିଟାଲ୍‌କୁ ଅଣାଯାଇଥିଲେ । ପର୍ବତ ଶୀଖରରୁ ଏକ ହେଲିକାପ୍ଟର ଯୋଗେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମହିଳାଙ୍କର ହାର୍ଟବିଟ୍‌ ବା ହୃତ୍‌ସ୍ପନ୍ଦନ ବନ୍ଦ ହୋଇଯାଇଥିବା ଦେଖି ତାଙ୍କୁ ଏସିଏମ୍‌ଓ ମେସିନର ସହାୟତାରେ ରକ୍ତରେ ଅମ୍ଳଜାନ ଦେବା ପାଇଁ ଚେଷ୍ଟା କରାଯାଇଥିଲା । ପରେ ଇଲେକ୍ଟ୍ରି ଡିଫିବ୍ରିଲେଟୋରସ୍‌ ବ୍ୟବହାର କରି ତାଙ୍କର ହାର୍ଟ ବିଟ୍‌ ବା ହୃତ୍‌ ସ୍ପନ୍ଦନକୁ ପୁଣି ଚାଲୁ କରାଯାଇଥିଲା । ଦୀର୍ଘ ୭ ଘଣ୍ଟା କାଳ ସେ ଶ୍ୱାସ କ୍ରିୟା କରି ପାରି ନଥିଲେ । ହେଲେ ୭ ଘଣ୍ଟା ପରେ ତାଙ୍କ ଶରୀରରେ ହାର୍ଟ ବିଟ୍‌ ସ୍ୱାଭାବିକ ହେବା ସହ ଶ୍ୱାସକ୍ରିୟା ଆରମ୍ଭ ହୋଇଥିଲା । ୧୧ ଦିନ ବେଳକୁ ତାଙ୍କ ଶରୀର ସାଧାରଣ ଅବସ୍ଥାରୁ ଆସିବାରୁ ଡାକ୍ତରଖାନାରୁ ଘରକୁ ପଠା ଯାଇଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking