28.1 C
Bhubaneswar
Saturday, April 20, 2024
Homeଓଡିଶାଏଣିକି ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ଲୋକସେବା ଭବନରେ ଚାଲିବ ବ୍ୟାଟେରି ଚାଳିତ...

ଏଣିକି ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ଲୋକସେବା ଭବନରେ ଚାଲିବ ବ୍ୟାଟେରି ଚାଳିତ ଗାଡ଼ି

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି) : ଏଣିକି ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ  ପାଇଁ ଲୋକସେବା ଭବନରେ ଚାଲିବ ବ୍ୟାଟେରି ଚାଳିତ ଗାଡ଼ି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମଦ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗତକାଲି  ଲୋକସେବା ଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ଏହି ଯାନର ଲୋକାର୍ପଣ କରିଛନ୍ତି । ରାଜ୍ୟର ୫୮ଟି ଉପଖଣ୍ଡ ସଦର ମହକୁମାରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଡେ’ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବାର ଯୋଜନା ହାତକୁ ନିଆଯିବା ସହିତ ଆହୁରି ଅନେକ କିଛି ପଦକ୍ଷେପ ନିଆଯିବା ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଲୋକସେବା ଭବନକୁ ପ୍ରତିଦିନ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବା ଭିନ୍ନକ୍ଷମ ତଥା ବରିଷ୍ଠ ନାଗରିକମାନଙ୍କ ସୁଗମ୍ୟ ଯାତାୟାତ ନିମନ୍ତେ ଏହି ଯାନ ସମର୍ପିତ ହୋଇଛି । ଏହି ଯାନରେ ଚାଳକଙ୍କ ବ୍ୟତୀତ ଏକକାଳୀନ ୪ ଜଣ ବସିପାରିବେ । ଲୋକାର୍ପଣ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର କମିଶନର ତଥା ଶାସନ ସଚିବ ଭାସ୍କର ଶର୍ମା, ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ, ଫେଡେରାଲ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ କୈଳାସ ଚନ୍ଦ୍ର ଦାସ ଓ ବ୍ୟାଙ୍କର ଶାଖା ମୁଖ୍ୟ ରାକେଶ କୁମାରଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking