ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ଆସିଲା ଲୋକୋ ପାଇଲଟ ଗୁଣନିଧି ମହାନ୍ତିଙ୍କ ବୟାନ । ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରାଙ୍କ ପ୍ରାଥମିକ ବୟାନ ମଧ୍ୟ ରେକର୍ଡ ହୋଇଛି। ତଦନ୍ତ କାରୀ ଟିମ୍ ତାଙ୍କ ପ୍ରିଲିମିନାରୀ ବୟାନ ରେକର୍ଡ କରିଛନ୍ତି । ତାଙ୍କର ଚିକିତ୍ସା ଭୁବନେଶ୍ୱର ଏମସ୍ରେ ଚାଲିଛି।ସୁସ୍ଥ ହେଲା ପରେ ପୁଣି ବୟାନ ରେକର୍ଡ ହେବ । ସେପଟେ ଟ୍ରେନ ଟ୍ରାଜେଡିର କାରଣ ଖୋଜା ଚାଲିଛି । ଗ୍ରାଉଣ୍ଡରେ ସରଜମିନ ତଦନ୍ତ କରୁଛନ୍ତି ରେଲେଓ୍ଵ ସେଫ୍ଟି କମିଶନର । କେମିତି ଓ କେଉଁ ପରିସ୍ଥିତିରେ ଏତେ ବ଼ଡ଼ ଦୁର୍ଘଟଣା ଘଟିଲା ? ମନୁଷ୍ୟକୃତ ତ୍ରୁଟି ନା ବୈଷୟିକ ତ୍ରୁଟି, ତଦନ୍ତ କରୁଛନ୍ତି ରେଲେଓ୍ଵ ସେଫଟି କମିଶନର । କାରଣ କ’ଣ ଓ କିଏ ଦାୟୀ ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ।