ଲକ୍‌ଡାଉନ୍ : ଉଲ୍ଲଘଂନକାରୀଙ୍କ ପାଇଁ ୨ବର୍ଷ ଯାଏ ଜେଲ୍ ଓ ଜରୀମାନା

ଭୁବନେଶ୍ୱର : କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା କରିବା ପରେ ଯେଉଁ ସବୁ ନିୟମାବଳୀ ନିର୍ଦ୍ଧାରଣ କରିଛନ୍ତି ସେସବୁକୁ ଉଲ୍ଲଘନ କଲେ ସେଥିଲାଗି ଦଣ୍ଡ ବିଧାନର ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିି ଅନୁସାରେ ନିୟମ ଉଲ୍ଲଘନକାରୀଙ୍କୁ ସର୍ବାଧିକ ୨ବର୍ଷ ଯାଏ ଜେଲ୍ ଓ ଜରୀମାନା ଦଣ୍ଡ ଭୋଗିବାକୁ ପଡ଼ିବ ।
ଏଥିରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କିମ୍ବା କ୍ଷମତା ପ୍ରାପ୍ତ ଅଧିକାରୀ ଓ ଜିଲ୍ଲାର ଅଧିକାରୀ ଏବଂ କର୍ମଚାରୀଙ୍କୁ ସେମାନଙ୍କର କାର୍ଯ୍ୟ ସମୟରେ ବାଧା ଦେଲେ ଦଣ୍ଡିତ ହେବାକୁ ପଡ଼ିବ । ଏମାନେଙ୍କର ନିର୍ଦ୍ଦେଶବଳୀକୁ କାର୍ଯ୍ୟକାରୀ ନକଲେ ଦଣ୍ଡିତ ହେବେ । ଏଥିପାଇଁ ଏକବର୍ଷ ଯାଏଁ ଜେଲ୍ କିମ୍ବା ଜରୀମାନା ଦେବାକୁ ପଡ଼ିବ । ଏପରିକି ଉଭୟ ଦଣ୍ଡରେ ମଧ୍ୟ ଜେଲ୍ ଓ ଜରୀମାନା ଦଣ୍ଡରେ ଦଣ୍ଡିତ ହେବେ ।
ଏହାଛଡ଼ା ଏହି ଅଧିକାରୀମାନଙ୍କୁ ବିରୋଧ କରିବା ଯୋଗୁ ଯଦି କେହି ମୃତ୍ୟୁବରଣ କରନ୍ତି ଓ କାହା ପ୍ରତି ବିପଦ ଆସେ ସେ କ୍ଷେତ୍ରରେ ୨ବର୍ଷ ଯାଏଁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ।
କୌଣସି ପ୍ରକାର ମିଥ୍ୟା ପ୍ରଚାର କରିବା ଓ ଭୂଲ୍ ଭାବେ ପଦର୍ଶନ କରି ରିଲିଫ୍ ସାମଗ୍ରୀ ହଡପ୍ କରନ୍ତି ସେ କ୍ଷେତ୍ରରେ ଦୁଇ ବର୍ଷ ଯାଏଁ ଜେଲ୍ ଓ ଜରୀମାନା ଦେବାକୁ ହେବ । କୌଣସି ପ୍ରକାର ଅର୍ଥ ଓ ସାମଗ୍ରୀକୁ କେହି ଆତ୍ମସାତ୍ କରିଥିବା ଧରାପଡ଼ିଲେ ତେବେ ତାଙ୍କୁ ଦୁଇ ବର୍ଷ ଯାଏଁ ଜେଲ୍ ଓ ଜରୀମାନା ଦେବାକୁ ପଡ଼ିବ ।
କୌଣସି ପ୍ରକାର ମିଥ୍ୟା ଅପପ୍ରଚାର କରି ଆତଙ୍କ ସୃଷ୍ଟି କଲେ ଓ ମିଥ୍ୟା ପ୍ରଚାର କଲେ ଦଣ୍ଡ ଭୋଗିବାକୁ ପଡ଼ିବ । ଏ କ୍ଷେତ୍ରରେ ୧ବର୍ଷ ଯାଏଁ ଜେଲ୍ କିମ୍ବା ଜରୀମାନା ଦେବାକୁ ହେବ ।
ଏପରିକି ସରକାରୀ ଅଧିକାରୀ ସେମାନଙ୍କ କାର୍ଯ୍ୟରେ ଅବହେଳା କଲେ କିମ୍ବା ଠିକ୍ ଭାବରେ କାର୍ଯ୍ୟ ନକଲେ ଓ ତାଙ୍କ ପାଇଁ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେଲେ ସେଥିପାଇଁ ତାଙ୍କୁ ଦଣ୍ଡିତ କରାଯିବ । ତାଙ୍କ ବିରୁଧରେ ବିଭାଗୀୟ ପ୍ରୋସେଡିଂ କରାଯିବ ଓ ସେହି ଅନୁସାରେ ଦଣ୍ଡ ବିଧାନ ମଧ୍ୟ କରାଯିବ ।
ସରକାରୀ ନିର୍ଦ୍ଦେଶନାମା ନମାନିଲେ କିମ୍ବା ସରକାର ଦେଇଥିବା ଦାୟିତ୍ୱ ଠିକ୍‌ଭାବେ ସଂପାଦାନ ନକଲେ ସେଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ୧ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜୋରୀମାନା ଦଣ୍ଡରେ ଦଣ୍ଡିତ କରାଯିବ । କୌଣସି କମ୍ପାନୀ କିମ୍ବା କର୍ପୋରେଟ୍ ସଂସ୍ଥା କିଛି ନିତିନିୟମ ନମାନିଲେ ଓ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଘଂନ କଲେ ସେଥିପାଇଁ ଦଣ୍ଡିତ ହେବେ ।