26.1 C
Bhubaneswar
Friday, March 29, 2024
Homeକରୋନାଇଂଲଣ୍ଡକୁ ଫେରିଲା ଲକଡାଉନ

ଇଂଲଣ୍ଡକୁ ଫେରିଲା ଲକଡାଉନ

ଲଣ୍ଡନ : ବିଶ୍ବରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷକରି ୟୁରୋପିଆନ୍ ଦେଶଗୁଡ଼ିକରେ ଏବେ କରୋନା ଅଧିକ ବ୍ୟାପିବାରେ ଲାଗିଛି। ଫ୍ରାନ୍ସ ପରେ ଏବେ ଇଂଲଣ୍ଡରେ ମଧ୍ୟ ଲକଡାଉନ୍ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦେଶକୁ ମାସେ ପର୍ଯ୍ୟନ୍ତ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଅବଧି ନଭେମ୍ବର ୫ରୁ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିବ। ଏହି ମାସିକିଆ ଲକଡାଉନ୍ ଦ୍ୱାରା ଏବେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଓ ଦୈନନ୍ଦିକ ଜୀବିକା ଉପରେ କଟକଣା ଲଗାଯାଇଛି। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି, ଚାରି ସପ୍ତାହ ପରେ ସ୍ଥିତି ସମୀକ୍ଷା କରାଯିବ ଏବଂ ଲକଡାଉନକୁ ଆଗକୁ ବଢ଼ାଯିବ କି ନାହିଁ, ତାହା ଉପରେ ନିଷ୍ପତ୍ତି ନିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking