31.1 C
Bhubaneswar
Friday, March 29, 2024
Homeଓଡିଶାହାତ ଯୋଡ଼ି ଅମାନିଆଙ୍କୁ ନିବେଦନ

ହାତ ଯୋଡ଼ି ଅମାନିଆଙ୍କୁ ନିବେଦନ

ଢେଙ୍କାନାଳ : ନା’ ଲାଠିରେ ନା’ ଗାଳିରେ, ହାତ ଯୋଡ଼ି ଅମାନିଆଙ୍କୁ ନିବେଦନ କରୁଛନ୍ତି ଭୁବନ ପୁଲିସ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଲକ୍ ଡାଉନ ସମୟରେ ଘରୁ ନବାହାରିବାକୁ ଦୈନିକ ଭିନ୍ନ ଭିନ୍ନ ଢଙ୍ଗରେ ଜନତାଙ୍କୁ ବୁଝାଉଛନ୍ତି ପୁଲିସ । କେଉଁ ଦିନ ଲାଠି ଦ୍ୱାରା ଅମାନିଆଙ୍କୁ ସାବାଡ କରିଛନ୍ତି ତ କେଉଁ ଦିନ ଗାଳି କରିଛନ୍ତି । ଆଉ କେଉଁଦିନ ଅମାନିଆମାନଙ୍କୁ ହାଜତରେ ପୁରାଇଛନ୍ତି । ତେବେ ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ‘ମନ୍ କି ବାତ୍‌’ରେ ଲକଡାଉନରେ ଭୋଗୁଥିବା ଅସୁବିଧା ପାଇଁ ହାତ ଯୋଡି କ୍ଷମା ମାଗୁଛନ୍ତି ସେତେବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନାର ଥାନାଧିକାରିଣୀ ନିର୍ମଳା ଗୋଚ୍ଛାୟତ ଏଏସଆଇ ଲକ୍ଷ୍ମୀଧର ରଣାଙ୍କୁ ଟିମ ଲିଡର ଭାବେ ନେଇ ଆପଣାଇଛନ୍ତି ନୂତନ ପଦ୍ଧତି । ଲକଡାଉନ ସମୟରେ ଘରୁ ନବାହାରିବାକୁ ଅମାନିଆମାନଙ୍କୁ ହାତ ଯୋଡ଼ି ନିବେଦନ କରିଛନ୍ତି । ତେବେ ମହାମାରୀ କବଳରୁ ରକ୍ଷା ପାଇଁ କେବଳ ଘରେ ରହିବ ହିଁ ଶ୍ରେଷ୍ଠ ମହୋଷଧି । ଜନତା କର୍ଫ୍ୟୁ ବେଳେ ଗୋଡାଇ ଗୋଡାଇ ପିଟୁଥିବା ଭୁବନ ପୁଲିସ ଜାଣି ପାରିଛି ଯେ ତରବାରୀର ଜୟ ଜୟ ନୁହେ ହୃଦୟର ଜୟ ହିଁ ପ୍ରକୃତ ଜୟ ବୋଲି କହିଛନ୍ତି ମୁକ୍ତିକାନ୍ତ ଦାସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking