29.4 C
Bhubaneswar
Thursday, April 18, 2024
Homeଓଡିଶାଲକଡାଉନ୍ ଛଡ଼ାଇନେଇଛି ବାଉଁଶ କାରିଗରଙ୍କ ଆହାର

ଲକଡାଉନ୍ ଛଡ଼ାଇନେଇଛି ବାଉଁଶ କାରିଗରଙ୍କ ଆହାର

ବନ୍ତଳା : ସାରା ବିଶ୍ୱ ଏବେ କରୋନା ମହାମାରୀ କବଜାରେ କବଳିତ । ଗରିବ, ନିରାଶ୍ରୟ ଓ ମଧ୍ୟବିତ୍ତ ପରିବାରଙ୍କ ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡ଼ିଛି । ସାରା ଦେଶରେ ଆର୍ଥିକ ମେରୁଦଣ୍ଡକୁ କରୋଦା ଦୋହଲାଇ ଦେଇଛି । କରୋନା ମହାମାରୀ ପ୍ରଭାବରେ ରୋଜଗାର ହରାଇ ବହୁ ଲୋକ ଗ୍ରାମାଭିମୁଖୀ ହେଉଥିବା ଦେଖାଯାଉଛି । ଅନ୍ୟପଟରେ ଲକଡାଉନ୍ ପ୍ରଭାବରେ ଅନେକ କାରିଗର ହାତ ବାନ୍ଧି ବସିଛନ୍ତି । ଅନୁଗୁଳ ବ୍ଲକ ଗଡତରାସ ଗ୍ରାମରେ ପ୍ରାୟ ୪୦ଟି ପରିବାର ବାଉଁଶରେ ତିଆରି ଜିନିଷ ପତ୍ର ବିକ୍ରି କରି ପରିବାର ଚଳାଉଥିବା ବେଳେ ଏବେ କିନ୍ତୁ ହତାଶ ହୋଇ ବସିଛନ୍ତି । ଆଗରୁ ଜଙ୍ଗଲ ଥିଲା ବାଉଁଶ କାଟି ଆଣି ଜିନିଷ ତିଆରି ହେଉଥିଲା । କିନ୍ତୁ ଏବେ ଜଙ୍ଗଲ ନଷ୍ଟ ହେବା ଫଳରେ ଘରୋଇ ଲୋକଙ୍କ ବାଡିରୁ ୨୫/୩୦ ଟଙ୍କାରେ ବାଉଁଶ କ୍ରୟ କରି ବୁଝ, ଡଲା, ଟୋକେଇ, ବିଞ୍ଚଣା, ଲିଆ କେଳା, ଝୁଡି, ଝାଡୁ, ଗାଣ୍ଡୁଆ ଆଦି ତିଆରି କରି ଗାଁ’ ଗାଁ’ ବୁଲି ବିକ୍ରି କରୁଥିବା ବେଳେ ନିକଟସ୍ଥ ଶନିବାର ହାଟ ଓ ବୁଧବାର ହାଟକୁ ବିକ୍ରି କରିବା ପାଇଁ ଯାଉଥିଲେ । ଏବେ କିନ୍ତୁ ଜିନିଷ ତିଆରି ହୋଇଛି ହେଲେ ବିକ୍ରି ହୋଇ ପାରୁନାହିଁ । ଫଳରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଥିବା ସାହି ମୁଖିଆ ନାକପୁଡି ଗୋଚ୍ଛାୟତ କହିଛନ୍ତି । ସରକାର ଦେଉଥିବା ଚାଉଳ ଓ ୧୦୦୦ ଟଙ୍କା ଏବେ ସାହା ଭରସା ବୋଲି ଗାଁ’ର ମଞ୍ଜୁଲତା ଗୋଚ୍ଛାୟତ କହିଛନ୍ତି । ଏଭଳି ପରିସ୍ଥିତିରେ ଯଦି ସରକାର ବାଉଁଶ କାରିଗରମାନଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମର ବାଉଁଶ କାରିଗର ପଳଉ ଗୋଚ୍ଛାୟତ, ଶ୍ୟାମଘନ ଗୋଚ୍ଛାୟତ, ତଇଳ ଗୋଚ୍ଛାୟତ, ଲୋଚନ ଗୋଚ୍ଛାୟତ ଓ ମାଳତୀ ଗୋଚ୍ଛାୟତ ନିବଦେନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking