33.1 C
Bhubaneswar
Thursday, April 25, 2024
Homeଓଡିଶାବିଶ୍ରାରେ କଣ୍ଟେନମେଣ୍ଟ ଅବଧି ଆଉ ୪୮ ଘଣ୍ଟା ବଢିଲା

ବିଶ୍ରାରେ କଣ୍ଟେନମେଣ୍ଟ ଅବଧି ଆଉ ୪୮ ଘଣ୍ଟା ବଢିଲା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଗତ ୧୨ ତାରିଖରେ ୪୮ଘଣ୍ଟା ପାଇଁ ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ୧୪ ତାରିଖରେ ଦିନ ଏହାକୁ ପୁଣି ୪୮ ଘଣ୍ଟା ବୃଦ୍ଧି କରାଯିବା ପରେ ଏହାର ଅବଧି ଗୁରୁବାର ସାଢ଼େ ୧୧ଟା ପର୍ଯ୍ୟନ୍ତ ରହିଥିଲା। ହେଲେ କଣ୍ଟେନମେଣ୍ଟ ଅବଧିକୁ ଆଜି ପୁଣି ୪୮ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ଫଳରେ ୧୮ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ।

ଚାଲିଚାଲି ଆସୁଛନ୍ତି ସୁନ୍ଦରଗଡର 28 ଶ୍ରମିକ

 

ରାଉରକେଲା: କୋରୋନା ପାଇଁ ଦେଶରେ ଜାରି ରହିଥିବା ଲକଡାଉନ ଶ୍ରମିକଙ୍କ ଦୁଃଖ ବଢାଇଛି । କାମ ନପାଇ ନିଜନିଜ ଗାଁକୁ ଫେରିବାକୁ ବାଧ୍ୟ ହେଉଛନ୍ତି ଏମାନେ । ସୁନ୍ଦରଗଡ଼ ଜିଲ୍ଲା କୂଟର ବ୍ଲକର 28 ଜଣ ଶ୍ରମିକ ଝାଡଖଣ୍ଡର ଧାନବାଦରୁ ଚାଲି ଚାଲି ଆସୁଛନ୍ତି। ଏହି ଅସହାୟ ଆଦିବାସୀ ଶ୍ରମିକ ନିଜର ଜୀବିକା ହରାଇବା ପରେ ଭୋକ ଉପବାସରେ ଆସୁଥିବା ଜଣା ପଡ଼ିଛି। ଧାନବାଦରୁ ଆସୁଥିବା ଶ୍ରମିକଙ୍କ ମଧ୍ୟରୁ କୂଟର ବ୍ଲକ ସାଧୁମୁଣ୍ଡା ଗାଁର 13 ଜଣ ଥିବା ବେଳେ 15 ଜଣ ପାଖ ରାଇକକଚର ଗାଁର ବୋଲି ଜଣାପଡିଛି । ଏମାନେ ସମସ୍ତେ ଆଦିବାସୀ ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking