27.1 C
Bhubaneswar
Thursday, April 25, 2024
Homeଓଡିଶାମାତ୍ର ୧୦ ଜଣରେ ସାମାଜିକ ଦୂରତା ରଖି ମାସ୍କ ପିନ୍ଧି ବିବାହ

ମାତ୍ର ୧୦ ଜଣରେ ସାମାଜିକ ଦୂରତା ରଖି ମାସ୍କ ପିନ୍ଧି ବିବାହ

ଝାରସୁଗୁଡା : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ୍ ଘୋଷଣା କରି ବିବାହ, ବ୍ରତ, ସାମୁହିକ ପୂଜାର୍ଚ୍ଚନା, ଜନଗହଳି ଆଦିରେ ରୋକ ଲଗାଇଛନ୍ତି । ଫଳରେ ଝାରସୁଗୁଡା ଜିଲ୍ଲାରେ ଅନେକ ବାହାଘର ସ୍ଥଗିତ ହୋଇଛି । ହେଲେ ରବିବାର ଅପରାହ୍ଣରେ ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରାଞ୍ଚଳ ଅଧିନ ଛୁଆଲିବେର୍ଣ୍ଣା ଗ୍ରାମରେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଏକ ବାହାଘର ଅନୁଷ୍ଠିତ ହୋଇଛି । ଏହି ବାହାଘରରେ ରେମଜା ଗ୍ରାମର ବର (ଗିରିଧାରୀ ସେଠ୍‌) ଛୁଆଲି ବେର୍ଣ୍ଣା ଗ୍ରାମର କନ୍ୟା (ରୀତା ବାରିକ), ବରଯାତ୍ରୀ, କନ୍ୟାଘର ଓ ବ୍ରାହ୍ମଣ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବାସହ ମାସ୍କ ପରିଧାନ କରିଥିଲେ ।
ସାଧାରଣତଃ ବାହାଘରରେ ସମ୍ପର୍କୀୟ, ଗ୍ରାମବାସୀ, ବରଯାତ୍ରୀ ଆଦି ଶହ ଶହ ଲୋକ ଏକତ୍ରିତ ହୋଇଥାଆନ୍ତି । ହେଲେ ଏହି ବାହାଘରରେ ବର ପକ୍ଷରୁ ବରକୁ ମିଶାଇ କେବଳ ୪ ଜଣ ଓ କନ୍ୟାପକ୍ଷରୁ ୬ ଜଣ ଯୋଗଦେଇଥିଲେ । ସରକାରଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ଏହି ବାହାଘର ଶେଷ ହୋଇଥିଲା । ପୂର୍ବରୁ ସେମାନଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା । ଫଳରେ ଧାର୍ଯ୍ୟ ଲଗ୍ନରେ ବିବାହ ସମ୍ପନ୍ନ କରିବା ପାଇଁ ସମ୍ପର୍କୀୟଙ୍କୁ ଲକଡାଉନରେ ନିମନ୍ତ୍ରଣ କରି ପାରି ନଥିଲେ ବୋଲି ଉଭୟ କନ୍ୟା ଓ ବର ପକ୍ଷ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking