38.1 C
Bhubaneswar
Tuesday, April 23, 2024
Homeକରୋନାପୁଣି ବଢ଼ିଲା ମେ’୩ ଯାଏଁ ଲକ୍‌ଡାଉନ୍‌

ପୁଣି ବଢ଼ିଲା ମେ’୩ ଯାଏଁ ଲକ୍‌ଡାଉନ୍‌

ଭୁବନେଶ୍ୱର : ଲକ୍‌ଡାଉନ୍ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ୧୮ ଦିନ ଲକ୍‌ଡାଉନ୍ ଅବଧି ବଢ଼ାଇଛନ୍ତି । ଏପ୍ରିଲ ୧୫ ରୁ ମେ’ ୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍ । ଲକ୍‌ଡାଉନ୍ ସମୟ ଆଜି ରାତିରେ ଶେଷ ହେଉଥିଲା । ହେଲେ ଏକ ଆଶ୍ୱସ୍ଥିର ବାର୍ତ୍ତା ମଧ୍ୟ ପ୍ରଧାନମନ୍ତ୍ରୀ ଦେଇଛନ୍ତି । ଆସନ୍ତା ୨୦ତାରିଖରେ ଲକ୍‌ଡାଉନ୍ ପରିସ୍ଥିତିର ଦେଶବ୍ୟାପି ସମୀକ୍ଷା କରାଯିବ । ଯେଉଁ ଜିଲ୍ଲା ଓ ଥାନାୱାରୀ ସ୍ଥିତି ଭଲ ରହିଥିବ, ସେଠରେ ଲକଡାଉନ୍ ସ୍ଥିତିର କୋହଳ ହୋଇପାରେ । କୌଣସି ନୂଆ ମାମଲା ଯେଉଁଠାରେ ନଥିବ ସେଠାରେ ସର୍ତ୍ତମୂଳକ ଭାବେ ଲକ୍‌ଡଳଉନ୍ କୋହଳ ହେବ ବୋଲି ସେ ସୂଚନା ଦେଇଛନ୍ତି । ମୋଦୀଙ୍କ ଏହି ସମ୍ବୋଧନକୁ ଦେଶବାସୀ ପ୍ରଶଂସା ମଧ୍ୟ କରିଛନ୍ତି । କରୋନା ଭାଇରସ୍ ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରୁଥିବା ନେଇ ଲୋକଙ୍କର ଚିନ୍ତା ବଢ଼ିଯାଇଛି । ଭାରତରେ ଗତ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ୍ ଆଜି ହେଉଛି ଶେଷ ଦିନ ।ଏନେଇ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଆପଣଙ୍କ ତ୍ୟାଗ ଯୋଗୁଁ ଆମେ କରୋନା ପ୍ରଭାବରୁ କିଛିଟା ବର୍ତିଯାଇଛି । ବିଦେଶରୁ ଆସିଥିବା ସମସ୍ତ ଯାତ୍ରୀଙ୍କୁ ୧୪ଦିନ ପାଇଁ ହୋମକ୍ୱାରେଣ୍ଟାଇରେ ରଖାଦିଆଯାଇଥିଲା । କରୋନା ପାଇଁ ଭାରତ ବହୁ ବଡ଼ ବଡ଼ ପଦକ୍ଷେପ ମଧ୍ୟ ନେଇଛି । ଆପଣଙ୍କମାନଙ୍କ ସହଯୋଗ ଯୋଗୁ ଏସବୁ ସମ୍ଭବ ହୋଇପାରିଛି । ଯଦି ଆପଣଙ୍କ ସହଯୋଗ ନଥାଅନ୍ତା ତେବେ ବର୍ତ୍ତମାନ ଭାରତର ସ୍ଥିତି କ’ଣ ହୋଇଥାଆନ୍ତା । ରାଜ୍ୟ ଗୁଡ଼ିକ ଦିନ ରାତି ଏକ କରି ରାଜ୍ୟବାସୀଙ୍କୁ ସଚେତନ କରିଛନ୍ତି । ଏହି କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ସବୁ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ ବାର୍ତା ଜରିଆରେ ବୈଠକ କରିଥିଲେ । ସେ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ମାଗିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking