28.1 C
Bhubaneswar
Thursday, March 28, 2024
Homeଓଡିଶାକୃଷିକାର୍ଯ୍ୟ ପାଇଁ ଲକ୍‌ଡାଉନ୍ କୋହଳ

କୃଷିକାର୍ଯ୍ୟ ପାଇଁ ଲକ୍‌ଡାଉନ୍ କୋହଳ

ଭୁବନେଶ୍ୱର : ଲକ୍‌ଡାଉନ୍ ନିୟମରେ ସାମାନ୍ୟ ପରିବର୍ତନ ନେଇ ଏସଆର୍‌ସିଙ୍କ ପକ୍ଷରୁ ସୂଚନା ମିଳିଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ପ୍ରେସ୍‌ମିଟ୍ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏପ୍ରିଲ ୩୦ଯାଏଁ ଲକ୍‌ଡାଉନ୍ ବଳବତ୍ତର । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଏପ୍ରିଲ୍ ୧୫ରୁ ୩୦ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କିଛି ପରିବର୍ତ୍ତନ ଅଣାଯାଇଛି । ଚାଷ କାର୍ଯ୍ୟରେ ସହାୟତାପାଇଁ ଲକ୍‌ଡାଉନ୍‌ରେ ସାମାନ୍ୟ କୋହଳ କରାଯାଇଛି । ଧାନବୁଣା,ଚାଷ,ତଳି ରୁଆ, ଫସଲ ଅମଳ କାର୍ଯ୍ୟକୁ ଅନୁମତି ମିଳିଛି । ବିହନ ବୁଣା ଓ ପରିବହନକୁ ମଧ୍ୟ ଅନୁମତି ମିଳିବ । ଚାଷ ପାଇଁ ବ୍ୟବହୃତ ଟ୍ରାକ୍ଟରକୁ ମଧ୍ୟ ଅନୁମତି ମିଳିବ ଏନେଇ ଏସଆର୍‌ସିଙ୍କ ପକ୍ଷରୁ ସୂଚନା ମିଳିଛି ।
କୃଷି ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର, ମରାମତି କେନ୍ଦ୍ର ଖୋଲା ରହିବ । ରାସାୟନିକ ସାର, ଶୀତଳ ଭଣ୍ଡାର । କୃଷି କାର୍ଯ୍ୟ ପାଇଁ ମୋ ପୋଖରୀ ଖୋଳାରେ ଶ୍ରମିକ ଲାଗି ପାରିବେ । ରବିଧାନ ବିକ୍ରୟ ନେଇ ୧୭/୧୮ଜିଲ୍ଲାରେ ମଣ୍ଡି ଖୋଲା ରହିବ । ଅଣ୍ଡା, ମାଛ, ମାଂସ ଓ ଦୁଗ୍ଧ ଆଦିର ପରିବହନ ଚାଲୁ ରହିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking