38.8 C
Bhubaneswar
Friday, April 19, 2024
Homeକରୋନାକରୋନା ପାଇଁ ୪ଟି ସହର ଲକଡାଉନ ପାଇଁ ନିଷ୍ପତ୍ତି

କରୋନା ପାଇଁ ୪ଟି ସହର ଲକଡାଉନ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଦିଲ୍ଲୀ ଠାରୁ ପଲ୍ଲୀ ଯାଏ ଯୁଦ୍ଧକାଳୀନ ଭିତ୍ତିରେ ସଚେନତା ଓ ସତର୍କତା ଅବଲମ୍ବନ କରାଯାଉଛି । କେନ୍ଦ୍ର ସରକାର ରବିବାର ସମଗ୍ର ଦେଶରେ ଜନତା କର୍ଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ବିଭିନ୍ନ ରାଜ୍ୟ ସରକାରମାନେ ମଧ୍ୟ କଟକଣା ଲଗାଇ ଚାଲିଛନ୍ତି । ଆଜି ଦିଲ୍ଲୀ ସରକାର କରୋନା ଭାଇରସକୁ ରୋକିବାକୁ ପାଇଁ ନୂଆ କଟକଣା ଲାଗୁ କରିଛନ୍ତି । ଏବେସୁଦ୍ଧା ଦେଶରେ ୨୧୦ଟି ପିଜିଟିଭ କେସ ସାମ୍ନାକୁ ଆସିଛି । ଯେଉଁଥିରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରର ରହିଛନ୍ତି । ଏହାକୁ ଦେଖି ମହାରାଷ୍ଟ୍ର ସରକାର ୪ଟି ସହରରେ ଲକଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଆଜି କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, “କରୋନା ଭାଇରସକୁ ଦୃଷ୍ଟିରେ ରଖି ଆମେ ମଲଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ । ତେବେ ଗ୍ରୋସରୀ, ଫାର୍ମାସି ଓ ପନି ପରିବା ଦୋକାନ ଖୋଲା ରହିବ ।”
ସେପଟେ ଉଦ୍ଧବ ଠାକରେ ସରକାର ମଧ୍ୟ ରାଜ୍ୟର ମହାରାଷ୍ଟ୍ର ସହ ପୁଣେ, ଚିନ୍ତୱଡ-ପିମ୍ପରୀ ଏବଂ ନାଗପୁର ସହରରୁ ବନ୍ଦ କରିବାକୁ ଘୋଷଣା କରାଯାଇଛି । କେବଳ ଆବଶ୍ୟକୀୟ ସେବା ବ୍ୟାଙ୍କ, ପରିବା, ଔଷଧ ଦୋକାନ ଖୋଲା ରହିବ । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି ଯେ ମହାରାଷ୍ଟ୍ରରେ ଅନ୍ୟ ତିନୋଟି ମାମଲା ପଜିଟିଭି ଆସିଛି । ଟୋପେ ସୂଚନା ଦେଇଛନ୍ତି ଯେ ଏହି ତିନୋଟି ମାମଲା ମୁମ୍ୱାଇ, ପୁଣେ ଏବଂ ଚିନ୍ତୱାଡ-ପିମ୍ପରୀରୁ ସାମ୍ନାକୁ ଆସିଛି ।
ଏହାସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି । ଦିଲ୍ଲୀରେ ଏଯାଏ ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ଜଣେ ୬୮ ବର୍ଷୀୟ ଜଣେ ବ୍ୟକ୍ତି ପଶ୍ଚିମ ଦିଲ୍ଲୀରେ କରୋନା ଯୋଗୁ ପ୍ରାଣ ହରାଇଥିଲେ । ଗତକାଲି ଦିଲ୍ଲୀ ସରକାର ମାର୍ଚ୍ଚ ୩୧ ଯାଏ ସମସ୍ତ ରେଷ୍ଟୁରାଣ୍ଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରେଷ୍ଟୁରାଣ୍ଟ ଗୁଡ଼ିକ ହୋମ ଡେଲିଭରୀ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking