29.1 C
Bhubaneswar
Friday, April 26, 2024
Homeଓଡିଶାପିଡିଏସ୍ କେନ୍ଦ୍ରରେ ଲୋକେ ମାନୁ ନାହାନ୍ତି ସାମାଜିକ ଦୁରତା

ପିଡିଏସ୍ କେନ୍ଦ୍ରରେ ଲୋକେ ମାନୁ ନାହାନ୍ତି ସାମାଜିକ ଦୁରତା

କୋରାପୁଟ : ଅତ୍ୟାବଶ୍ୟକ ସାମଗ୍ରୀ ବଂଟନରେ ଗ୍ରାହକ ମାନଙ୍କ ମଧ୍ୟରେ ସାମାଜିକ ଦୁରତା ବଜାଇ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ନ ମାନିଲେ ସଂପୃକ୍ତ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହା ଯାଇଥିଲା । କିନ୍ତୁ କୋରାପୁଟରେ ଏହି ନିର୍ଦ୍ଦେଶକୁ କେହି ମାନୁ ନ ଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, କୋରାପୁଟ ଗାନ୍ଧି ନଗରରେ ଆଜି ସକାଳୁ ଶତାଧିକ ଲୋକ ଚାଉଳ ନେବା ନିମନ୍ତେ ଧାଡିରେ ବ୍ୟାଗ୍ ରଖିଥିଲେ । ସମ୍ପ୍‌ୃକ୍ତ ଡିଲର୍ ଆସିବା ମାତ୍ରେ ସେମାନେ ଆଉ ସାମାଜିକ ଦୂରତା ପ୍ରତି ଦୃଷ୍ଟି ନଦେଇ ଠେଲାପେଲାରେ ଛିଡା ହୋଇ ଚାଉଳ ମାଗିଥିଲେ । ରେଡ୍ କ୍ରସ୍ ଭବନରେ ଥିବା ଏକ ପିଡିଏସ ଦୋକାନରେ ମଧ୍ୟ ସେହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଠାରେ ଉଭୟ ପୁରୁଷ ଓ ମହିଳା ସାମାଜିକ ଦୂରତାକୁ ଧ୍ୟାନ ନ ଦେଇ ଠିଆ ହୋଇଥିବା ଦେଖା ଯାଇଥିଲା । କୋରାପୁଟ ବସଷ୍ଟାଣ୍ଡରେ କରାଯାଇଥିବା ପରିବା ଦୋକାନ ଓ ମେନ୍ ରୋଡ ନିକଟରେ ଥିବା ଏକ ଫଳ ଦୋକାନରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେବା ସହ ସଚେତନତା ପ୍ରଚାର କରିବା ପରେ ମଧ୍ୟ ଲୋକେ ମାନୁ ନଥିବା ଚିନ୍ତାର କାରଣ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking