30.1 C
Bhubaneswar
Wednesday, April 24, 2024
Homeକରୋନାଲକ୍ ଡାଉନ୍ ସମସ୍ୟା : ୨୦୦ କି.ମି ଚାଲି କର୍ମଚାରୀଙ୍କ ମୃତ୍ୟୁ

ଲକ୍ ଡାଉନ୍ ସମସ୍ୟା : ୨୦୦ କି.ମି ଚାଲି କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ କମାଇବା ପାଇଁ ସରକାର ଘୋଷଣା କରିଥିବା ଲକ୍ ଡାଉନ୍ ଦାଦନ ଶ୍ରମିକଙ୍କ ଦୁଃଖକୁ ବହୁଗୁଣିତ କରିଦେଇଛି। ରାଜଧାନୀ ଦିଲ୍ଲୀରୁ ଘରକୁ ଫେରିବା ଲାଗି ଜଣେ ୩୮ ବର୍ଷୀୟ ଯୁବକ ୨୦୦ କିଲୋମିଟର ଚାଲିବା ପରେ ରବିବାର ସକାଳେ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ରଣବୀର ସିଂଙ୍କ ଘର ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ । ସେ ଦିଲ୍ଲୀରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଘରକୁ ଫେରିବା ଲାଗି ସେ ଅନ୍ୟ ଦୁଇଜଣଙ୍କ ସହ ଚାଲିଚାଲି ଯାଉଥିଲେ। ଘର ଆଉ ୧୦୦ କିଲୋମିଟର ଦୂର ଥିବାବେଳେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଅଳ୍ପବାଟ ଯିବା ପରେ ସେ ଟଳିପଡ଼ିଥିଲେ ବୋଲି ତାଙ୍କ ସହ ଥିବା ଅନ୍ୟ ଦୁଇଜଣ କହିଛନ୍ତି। ଦକ୍ଷିଣ ଦିଲ୍ଲୀର ତୋଗଲକାବାଦରେ ଥିବା ଇଟିଙ୍ଗ ଜଏଣ୍ଟସ୍ ନାମକ ରେସ୍ତୋରାଁ ବନ୍ଦ ହୋଇଯାଇଥିଲା। ଫଳରେ ସେଠାରେ କାର୍ଯ୍ୟ କରୁଥିବା ରଣବୀର ଚାଲିଚାଲି ଯାଇ ଘରେ ପହଂଚିବେ ବୋଲି ଆଶା ରଖିଥିଲେ। ହଜାର ହଜାର ଦାଦନଙ୍କ ଭଳି ସେ ଚାଲିଥିଲେ । ଆଗ୍ରାରେ ପହଂଚିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking