27.8 C
Bhubaneswar
Friday, April 19, 2024
Homeଓଡିଶାଲକ୍ ଡାଉନ୍ ସମୟରେ ହଟହଟା କର୍କଟ ରୋଗୀ

ଲକ୍ ଡାଉନ୍ ସମୟରେ ହଟହଟା କର୍କଟ ରୋଗୀ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କର୍କଟ ରୋଗୀ ହଟହଟା। ଦୁଇ ଦିନ ହେଲା ଡିସ୍‍ଚାର୍ଜ ହୋଇଥିଲେ ମଧ୍ୟ ଲକ୍‍ ଡାଉନ୍‍ ଏବଂ ଅର୍ଥ ଅଭାବ ଯୋଗୁଁ ଘରକୁ ଯାଇନପାରି ପଡ଼ି ରହିଥିଲେ। କିଷନ ନାମକ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗକ୍ରମେ ସେ ଆଜି ତାଙ୍କ ଘରକୁ ଫେରିଛନ୍ତି ଏକ ଘରୋଇ ଆମ୍ବୁଲାନ୍ସରେ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ବଳଭଦ୍ରପୁର ଗାଁର ଅନିରୁଦ୍ଧ ପାଇକରାୟ କର୍କଟ ରୋଗ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ସହଯୋଗ ପାଇଁ ସାଙ୍ଗରେ ଥିଲେ ପତ୍ନୀ ଟୁନି ପାଇକରାୟ। ଆର୍ଥିକ ଦୁର୍ବଳ ହୋଇଥିବାବେଳେ ୫ ପିଲା ସାଙ୍ଗକୁ କର୍କଟ ଭଳି ରୋଗୀରେ ପୀଡ଼ିତ ହୋଇ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ପରିସ୍ଥିତି ଏମିତି ହୋଇଥିଲା କର୍କଟ ରୋଗ ଚିକିତ୍ସା ପରେ ଘରକୁ ଯିବାକୁ ପାଖରେ ପଇସା ନଥିଲା। ଅଟୋ ଚାଳକ ଲକ୍‍ ଡାଉନ୍‍ ସମୟରେ ଯିବା ପାଇଁ ୭୦୦୦ ଦାବି କରିଥିବାବେଳେ ଘରୋଇ ଆମ୍ବୁଲାନ୍ସ ୫୦୦୦ ଦାବି କରିଥିଲା। ଖାଇବାକୁ ପାଉନଥିବା ଅନିରୁଦ୍ଧ ଏତେ ଟଙ୍କା ଦେବାକୁ ସକ୍ଷମ ହୋଇନଥିଲା। ସରକାରୀ ଆମ୍ବୁଲାନ୍ସ ମଧ୍ୟ ରାଜି ହୋଇନଥିଲେ। ପଇସା ନଥିବାରୁ ଡିସଚାର୍ଜ ହେବାର ଦୁଇ ଦିନ ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ ପଡ଼ି ରହିଥିଲେ। ଶେଷରେ କିଷନ ନାମଜ ଜଣେ ବ୍ୟକ୍ତି ସହାୟତାର ହାତ ବଢ଼ାଇଥିଲେ। ଏକ ଘରୋଇ ଆମ୍ବୁଲାନ୍ସ ସହଯୋଗରେ ତାଙ୍କୁ ଘରକୁ ପଠାଇଥିଲେ। ଲକ୍‍ ଡାଉନ୍‍ ସମୟରେ ଗରିବ ରୋଗୀଙ୍କୁ ଆର୍ଥିକ ଶୋଷଣ ନକରିବାକୁ ସେ ନିବେଦନ କରିବା ସହିତ ସହାୟତା କରିବାକୁ ଅନିରୁଦ୍ଧ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking