37.1 C
Bhubaneswar
Thursday, March 28, 2024
Homeଓଡିଶାଲକ ଡାଉନ କଟକଣା ଆଂଶିକ କୋହଳ

ଲକ ଡାଉନ କଟକଣା ଆଂଶିକ କୋହଳ

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର‌୍ୟ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ସକାଳ ୬ଟାରୁ ସନ୍ଧ୍ୟା ୫ଟା: ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା। ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର‌୍ୟ୍ୟନ୍ତ: ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର,

ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ପୂର୍ବ ଭଳି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ମଲ, ଜିମ, ସେଲୁନ, ସ୍ପା ଆଜି ପୂର୍ବପରି ବନ୍ଦ ରହିବ ।
ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟ୍ରି ଦୋକାନ ଆଦି ଖୋଲା ରହିବ । ସ୍ୱାସ୍ଥ୍ୟ ସେବା ସଂପର୍କିତ ଦୋକାନ, କୃଷି ଉପକରଣ ଦୋକାନ ଖୋଲିବ । ଦୁଗ୍ଧ ଚାଷୀଙ୍କ ହିତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିପାରିବ । ସକାଳ ୬ଟାରୁ ୯ଟା ଯାଏଁ ସାରା ରାଜ୍ୟରେ ପ୍ରାତଃ ଭ୍ରମଣ ପାଇଁ ବି ସରକାର ଅନୁମତି ଦେଇଛନ୍ତି । ପ୍ରାତଃ ଭ୍ରମଣ, ଜଗିଂ, ସାଇକେଲିଂ କରିପାରିବେ । ମାତ୍ର ପାର୍କ ବନ୍ଦ ରହିବ । ନାଇଟ କର୍ଫ୍ୟୁ ଏବଂ ସପ୍ତାହାନ୍ତ ସଟ ଡାଉନ ବଳବତ୍ତର ରହିବ । ବିବାହ, ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ । ସିନେମା ହଲ୍‌, ସେଲୁନ, ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ । ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ । କେବଳ ନୀତିକାନ୍ତି ଚାଲିବ । ଯାତ୍ରା, ଆଉଟଡୋର ସୁଟିଂ ବନ୍ଦ ରହିବ । ସରକାରୀ ଓ ଘରୋଇ ଅଫିସ ୫୦ ପ୍ରତିଶତ ଷ୍ଟାଫରେ କାର୍ଯ୍ୟ କରିପାରିବେ । ଝାଡଖଣ୍ଡ, ଛତିଶଗଡ ସୀମାରେ ଥିବା ସବୁ ଚେକପୋଷ୍ଟ କାଲିଠୁ ଖୋଲିବ । ଆନ୍ଧ୍ର, ପଶ୍ଚିମବଙ୍ଗ ସୀମାରେ ଥିବା ବର୍ଡର ଚେକ୍ ପୋଷ୍ଟ ଚାଲୁ ରହିବ । ସାଇକେଲ, ଗାଡି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ । ଶି୭ାନୁଷ୍ଠାନ ବନ୍ଦ ରହିବ । ବସ ଚଳାଚଳ ମଧ୍ୟ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking