32.1 C
Bhubaneswar
Thursday, March 28, 2024
Homeଓଡିଶାଲକ୍ ଡାଉନ ଉଲ୍ଲଂଘନକାରୀଙ୍କୁ ଉଠବସ୍ କଲା ପୋଲିସ

ଲକ୍ ଡାଉନ ଉଲ୍ଲଂଘନକାରୀଙ୍କୁ ଉଠବସ୍ କଲା ପୋଲିସ

ସୋନପୁର : ଲକ୍ ଡାଉନ୍ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୋଲିସ । ବିନା କାରଣରେ ରାସ୍ତାକୁ ଆସୁଥିବା ଯୁବକଙ୍କୁ ଉଠବସ କରିଛି।
ସୂଚନା ଅନୁଯାୟୀ, ବିନିକା-ସୋନପୁର ମୁଖ୍ୟରାସ୍ତାର ଡଭଲା ଛକରେ ଶନିବାର ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ବିନିକା ଥାନାଧିକାରୀ କୁଶ ପାଣିଗ୍ରାହୀଙ୍କୁ ପଚାରିବାରୁ କରୋନା ପାଇଁ ଏବେ ସାରା ଦେଶରେ ସତର୍କତା ଅବଲମ୍ବନ କରାଯାଉଛି। ନିଜ ଘର ହିଁ ସମସ୍ତଙ୍କ ପାଇଁ ସୁରକ୍ଷା କେନ୍ଦ୍ର । ମାତ୍ର ଏହାକୁ ଅମାନ୍ୟ କରି ମିଛ ବାହାନା ଦେଖାଇ କେତେଜଣ ଯୁବକ ବିନା କାରଣରେ ରାସ୍ତାକୁ ଆସୁଛନ୍ତି। ସେମାନଙ୍କୁ ଉଚିତ୍ ଶିକ୍ଷା ଦେବାକୁ ପୋଲିସ ଏଭଳି ପଦକ୍ଷେପ ନେଇଛି ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking