31.1 C
Bhubaneswar
Friday, March 29, 2024
Homeକରୋନାପୁରା ଦେଶ ଲକ୍‌ ଡାଉନ୍‌

ପୁରା ଦେଶ ଲକ୍‌ ଡାଉନ୍‌

ନୂଆଦିଲ୍ଲୀ : ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହାକୁ ରୋକିବା ପାଇଁ ଦେଶବ୍ୟାପୀ ୩ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ କରାଯିବ। ମଙ୍ଗଳବାର ମଧ୍ୟରାତ୍ରିରୁ ଏହି କଟକଣା ଲାଗୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ‘ଜନତା କର୍ଫ୍ୟୁ’କୁ ସମର୍ଥନ ଓ ସଫଳ କରିଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମଙ୍ଗଳବାର ରାତି ୧୨ଟାରୁ ସାରା ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ କରାଯିବ। କରୋନା ଏଭଳି ଘାତକ ଭୂତାଣୁ, ଯାହା ୬୭ ଦିନରେ ୧ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିଲା। କିନ୍ତୁ ପରେ ଆଉ ୩ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବା ପାଇଁ ମାତ୍ର ୪ ଦିନ ସମୟ ନେଇଥିଲା ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (Who) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନର ଅବତାରଣା କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସତର୍କ କରାଇଛନ୍ତି।
ସେ ଆହୁରି କହିଛନ୍ତି, କରୋନା ଭୂତାଣୁ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ିବା ପାଇଁ ଲକ୍‌ଡାଉନ୍ ଏକ ଜରୁରୀ ପଦକ୍ଷେପ । ଏହି ମହାମାରି ସମଗ୍ର ବିଶ୍ୱକୁ କବଳିତ କରିଥିବାରୁ ସମସ୍ତେ ୩ ସପ୍ତାହ ପର୍ଯ୍ୟନ୍ତ ନିଜ ନିଜ ଘରେ ଆବଦ୍ଧ ହୋଇ ରହିବା ଆବଶ୍ୟକ। ସମସ୍ତ ପ୍ରକାର ସାଧନ ଥିବା ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟ ଏହାକୁ ରୋକିବା ପାଇଁ ଉଦ୍ୟମ କରିଛନ୍ତି। ଏହାସତ୍ତ୍ୱେ ସେମାନଙ୍କ ସବୁ ପ୍ରୟାସ ଓ ପ୍ରସ୍ତୁତି ଆଗରେ କରୋନା ଏକ ଆହ୍ବାନ ଭଳି ଛିଡ଼ା ହୋଇଛି। ଭୂତାଣୁ ସଂକ୍ରମଣ ଆରମ୍ଭ ହେଲେ ଏହାକୁ ରୋକିବା କଠିନ । ତେଣୁ ଚାଇନା, ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ, ଇରାନ ଓ ଅନ୍ୟ ଦେଶଗୁଡ଼ିକରେ କୋଭିଡ୍‌-୧୯ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶବାସୀ ସାମାଜିକ ଦୂରତ୍ୱ ବଜାୟ ରଖି ନିଜ ଘରେ ରହିଲେ ସଂକ୍ରମଣ କମିବ। ଏଥିରୁ ମୁକ୍ତି ପାଇବା ପାଇଁ ଅନ୍ୟ କିଛି ଉପାୟ ନାହିଁ। ଏହି ୨୧ ଦିନ ସଂଯମ ନ ରହିଲେ ଆମ ଦେଶ ଓ ଆପଣମାନଙ୍କ ପରିବାର ୨୧ ବର୍ଷ ପଛକୁ ଫେରିଯିବ। ଏହି ୩ ସପ୍ତାହ ମଧ୍ୟରେ କେହି ପଦାକୁ ବାହାରିବେ ନାହିଁ।ଏପରି ଅସାବଧାନତା ଜାରି ରହିଲେ ବଡ଼ଧରଣର କ୍ଷତି ହେବ। ସେହି କ୍ଷତିର ପରିମାଣ ଅନୁମାନ କରିବା କଷ୍ଟକର।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking