22.1 C
Bhubaneswar
Friday, November 29, 2024
Homeଓଡିଶାଲୋକାଲରେ ଓମ୍ରିକନ ଅଛି

ଲୋକାଲରେ ଓମ୍ରିକନ ଅଛି

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏବେ ଗୋଷ୍ଠୀରେ ଭାଇରସ ଅଛି । କିନ୍ତୁ ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ରହିବା ଉଦବେଗଜନକ ହେଲେ ମଧ୍ୟ ରୋଗୀମାନେ ଗୁରୁତର ହେଉନାହାନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି । ହେଲେ ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀ କୋଭିଡ ନିୟମ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ବି କହିଛନ୍ତି ଯେ, ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ଟେଷ୍ଟ ହେଉଛି । ରିପୋର୍ଟ ପଜିଟିଭ ଆସିଲେ ଜିନମ ସ୍ୱିକ୍ୱେନସିଂ କରାଯାଉଛି । ଗତକାଲି ଚିହ୍ନଟ ୨୩ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଜଣଙ୍କଠାରେ କୌଣସି ଲକ୍ଷଣ ନାହିଁ । ଅନ୍ୟମାନଙ୍କଠାରେ ବହୁତ କମ୍ ଲକ୍ଷଣ ଦେଖାଯାଉଛି ।

ସୂଚନାଯୋଗ୍ୟ , ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୨୯ ଜଣ, ଭଦ୍ରକରୁ ୧ ଜଣ, ବରଗଡ଼ରୁ ୫ ଜଣ, ବଲାଙ୍ଗୀରୁ ୬ ଜଣ, କଟକରୁ ୬୬ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୬ ଜଣ, ଗଞ୍ଜାମରୁ ୩ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୮ ଜଣ, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୧୪ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୧ ଜଣ, ଖୋର୍ଦ୍ଧାରୁ ୧୫୧ ଜଣ, ମାଲକାନଗିରିରୁ ୨ ଜଣ, ମୟୂରଭଞ୍ଜରୁ ୪ ଜଣ, ନବରଙ୍ଗପୁରରୁ ୫ ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୨୨ ଜଣ, ସୋନପୁରରୁ ୭ ଜଣ, ସୁନ୍ଦରଗଡ଼ରୁ ୨୭ ଜଣ ଓ ଷ୍ଟେଟ ପୁଲରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୫ ହଜାର ୯୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୫ ହଜାର ୧୦୯ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨ ହଜାର ୩୫୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking