30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବେଧଡ଼କ ଚାଲିଛି ଦେଶୀମଦ ରନ୍ଧା

ବେଧଡ଼କ ଚାଲିଛି ଦେଶୀମଦ ରନ୍ଧା

ତେଲକୋଇ : ଓଏନଏ ଖବର ର ଷ୍ଟିଙ୍ଗ ଅପରେସନ ରେ ଧରାପଡିଲା ଜଙ୍ଗଲ ଭିତରେ ବେଧଡକ ଭାବେ ଦେଶି ମଦ ଫ୍ୟାକ୍ଟ୍ରି ର ଦୃଶ୍ୟ । ଅବକାରୀ ବିଭାଗ ଓ ପୋଲିସ ର ନିଷ୍କ୍ରିୟତା ଯୋଗୁଁ ତେଲକୋଇ ଅଞ୍ଚଳରେ ଦେଶିମଦ ର ବ୍ୟବସାୟ ଏବେ କୁଟୀର ଶିଳ୍ପରେ ପରିଣତ ହୋଇଛି ।ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ନାଳ ଗୁଡିକ ନିକଟରେ ବେଧଡକ ଭାବେ ଦିନକୁ ହଜାର ହଜାର ଲିଟର ମଦ ପ୍ରସ୍ତୁତ କରାଯାଇ ତେଲକୋଇ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଚାଲାଣ କରାଯାଉଛି ଫଳରେ ଗାଁ ଗାଁରେ ଏବେ ମଦର ବନ୍ୟା ଦେଖିବାକୁ ମିଳିଛି ।ମଦ ମାଫିଆଙ୍କ ଏଭଳି କାର୍ଯ୍ୟ କଳାପ କୁ ଆଖି ବୁଜି ଦେଇଛି ଅବକାରୀ ବିଭାଗ । ପୁଲିସ ମଧ୍ୟ କୈଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି ।

ଏହି ବିଶାକ୍ତ ମଦକୁ ଯୁବା ବୟସରେ ଲୋକେ ବ୍ୟବହାର କରି ରୋଗାକ୍ରାନ୍ତ ହେବାସହ ପଥ ଭ୍ରଷ୍ଟ ହେଉଛନ୍ତି । ଘରେ ଘରେ ପାରିବାରିକ ହିସାଂ ମଧ୍ୟ ଦେଖିବାକୁ ମିଳୁଛି । ଆମ ପକ୍ଷରୁ ଜଙ୍ଗଲ ଭିତରେ ଚାଲିଥିବା ବେଆଇନ ମଦଫ୍ୟାକ୍ଟ୍ରି ର ଷ୍ଟିଙ୍ଗ ଅପରେସନ କରାଯାଇଛି । ଦେଖନ୍ତୁ ଏ ଦୃଶ୍ୟକୁ କେମିତି ଚାଲିଛି ଦେଶି ମଦ ରନ୍ଧା ର ଦୃଶ୍ୟ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ର ଦାମୋଦରଗଣି ଗାଁ ଜଙ୍ଗଲ ନିକଟ ହନୁମନ୍ତିଆ ନାଳ ନିକଟରେ ଗୋଟିଏ ସ୍ଥାନରେ ଚାରୋଟି ଦେଶିମଦ ରନ୍ଧା ମେସିନ ବସାଯାଇ ମଦ ପ୍ରସ୍ତୁତି ଚାଲିଛି । ଏଥିରେ ଛୋଟ ପିଲା ଙ୍କୁ ସାମିଲ କରାଯିବା ପରିତାପର ବିଷୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking