27.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ପ୍ରଭାବ: ମୁମ୍ବାଇରେ ଲୋକାଲ ଟ୍ରେନ ବନ୍ଦ

କରୋନା ପ୍ରଭାବ: ମୁମ୍ବାଇରେ ଲୋକାଲ ଟ୍ରେନ ବନ୍ଦ

ମୁମ୍ବାଇ : କରୋନା ଭାଇରସ ବିଶ୍ୱ ସମେତ ପାଖାପାଖି ପୂରା ଦେଶକୁ ପହଞ୍ଚି ସାରିଛି । ସାରା ବିଶ୍ଵରେ ମୃତକଙ୍କ ସଂଖ୍ୟା ୧୩୦୦୦ ହଜାର ଟପିଲାଣି | ଏହାର ପ୍ରଭାବ ଅଧିକ ରହିଛି ମହାରାଷ୍ଟ୍ରରେ । ଏହି ରାଜ୍ୟରେ ରୋଗୀଙ୍କ ସଂଖ୍ୟା ଅଧିକ । ରାଜଧାନୀ ମୁମ୍ବାଇକୁ ଲକଡାଉନ ଘୋଷଣା କରାଯାଇଛି । ଲୋକାଲ ଟ୍ରେନ ବନ୍ଦ ହୋଇଯାଇଥିବାରୁ ଲୋକେ ପ୍ରଭାବିତ ହୋଇଛନ୍ତି । ଆଜି ମୁମ୍ବାଇରେ କୌଣସି ଖବରକାଗଜ ପ୍ରକାଶ ପାଇ ନ ଥିବା ଜଣାପଡିଛି । ଲୋକାଲ ଟ୍ରେନ ସେବା ବନ୍ଦ ଥିବାରୁ ହକର୍ସମାନେ ଖବରକାଗଜ ଉଠାଇବାକୁ ମନା କରିଦେଇଥିଲେ । ଏହି କାରଣରୁ ରବିବାର ଖବରକାଗଜ ଛପାଯାଇପାରି ନାହିଁ । କିନ୍ତୁ ଏହାର ଇ-ପେପର ଓ ଅନଲାଇନ ସଂସ୍କରଣ ଉପଲବ୍ଧ ଅଛି । ଖବରକାଗଜ ବିତରକଙ୍କୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ଅଛି । ଏହି ବୈଠକରେ କିଛି ନିଷ୍ପତ୍ତି ହୋଇପାରେ । ଲକଡାଉନ ଫଳରେ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ରହିବା ନେଇ କଟକଣା ଜାରି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking