27.1 C
Bhubaneswar
Thursday, April 25, 2024
Homeଓଡିଶାମେସିନ ଲୋଡିଙ୍ଗକୁ ବିରୋଧ କରି ରେଳ ଧାରଣାରେ ବସିଲେ ଶ୍ରମିକ

ମେସିନ ଲୋଡିଙ୍ଗକୁ ବିରୋଧ କରି ରେଳ ଧାରଣାରେ ବସିଲେ ଶ୍ରମିକ

କେନ୍ଦୁଝର: ମାନୁଆଲ ଲୋଡିଙ୍ଗ ହେଉଥିବା ରେଳ ସାଇଡିଂ ରେ ମେସିନ କୁ ସ୍ଥାନୀୟ ଶ୍ରମିକ ବିରୋଧ କରୁଛନ୍ତି । କରୋନା ସମୟରେ କାହାରିକୁ କାମ ରୁ ବାହାର କରାଯାଇପାରିବ ନାହିଁ ବୋଲି ସରକାର କହୁଥିବା ବେଳେ ଏବେ କଳା ବାଦଲ ମାଡି ଆସୁଛି ବଲାଣି ରେଲୱେ ସାଇଡିଂ ରେ କାମ କରୁଥିବା ଶ୍ରମିକଙ୍କ ଉପରେ । ବିଗତ ଦିନରେ ଖଣି ନିଲାମୀ ପ୍ରକ୍ରିୟା ରେ ଭାଗ ନେଇ କଡା ପ୍ରତିଯୋଗିତା କରି ବହୁ ଚଢ଼ା ଦରରେ ବଡ଼ ବଡ଼ ଖଣି ହାତେଇବାକୁ ସକ୍ଷମ ହୋଇଛନ୍ତି ବହୁ କମ୍ପାନୀ।ଫଳରେ ଖର୍ଚ୍ଚ କମ କରିବାକୁ ଏବେ କମ୍ପାନୀ ଯୋଜନା କରୁଛି, ଯେତେ କମ ଶ୍ରମିକ ଓ କର୍ମଚାରୀ ଙ୍କୁ ନିୟୋଜିତ କରିବା ହେଉଛି କମ୍ପାନୀର ମୂଳ ଲକ୍ଷ୍ୟ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଏବେ ରେଳ ସାଇଡିଂ ଗୁଡିକ ରେ,କମ୍ପାନୀ ମାନଙ୍କର ଲାଭଖୋର ମନୋବୃତ୍ତି ଯୋଗୁଁ ଏବେ ଖଣି ଅଞ୍ଚଳରେ କେବଳ ୨ଟି ରେଳ ସାଇଡିଂ କୁ ଛାଡି ଅନ୍ୟ ସମସ୍ତ ସାଇଡିଂ ରେ ଆଉ ଶ୍ରମିକ ମାନଙ୍କ ଦ୍ୱାରା କାର୍ଯ୍ୟ ହେଉନାହିଁ, କେବଳ ମେସିନ ଦ୍ଵାରା ହେଉଛି କାର୍ଯ୍ୟ।ପ୍ରତେକ ରେଳ ସାଇଡିଂ ରେ ପୂର୍ବରୁ ଅତି କମ ରେ ୫ଶହ ରୁ ଏକ ହଜାର ପର୍ଯ୍ୟନ୍ତ ଶ୍ରମିକ ଲୋଡିଂ କାର୍ଯ୍ୟ ରେ ନିୟୋଜିତ ଥିଲେ । ଯେଉଁମାନେ ଏବେ ଆଉ ଦେଖିବାକୁ ମିଳୁ ନାହାଁନ୍ତି।ଏପରିକି ଶ୍ରମିକଙ୍କ ବସ୍ତି ର ମଧ୍ୟ ସତ୍ତା ନଥିବା ର ନଜିର ରହିଛି ।  ଏପରି ସ୍ଥଳେ ନିଜର ଖର୍ଚ୍ଚ କମ କରିବା ଲକ୍ଷ ରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଲଢେଇ କରି ନିଜର ଫାଇଦା ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛିନ୍ତି କମ୍ପାନୀମାନେ । ଏବେ ଏ ମାନଙ୍କ ଆଖି ବଲାଣି ଉପରେ ରହିଛି।ଯାହାକୁ ନେଇ ଶ୍ରମିକଙ୍କ ମହଲରେ ନିରାଶା ଭାବ ଖେଳି ଯାଇଛି । ଦୀର୍ଘ ଦିନ ଧରି ରେଳ ସାଇଡିଂ ରେ କାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ନିଜ ପିଲା ଛୁଆ ଙ୍କ ଭବିଷ୍ୟତ ର ସ୍ୱପ୍ନ ଦେଖୁଥିବା ଶ୍ରମିକ ମାନେ ଏବେ ନିଜର ଭବିଷ୍ୟତ କୁ ନେଇ ଚିନ୍ତିତ ହୋଇପଡିଛନ୍ତି I ଯାହାକୁ ନେଇ ଏବେ ଶ୍ରମିକମାନେ ରେଳ ଧାରଣାରେ ବସି ମେସିନଲୋଡିଙ୍ଗକୁ ବିରୋଧ କରିଛନ୍ତି । ଏ ପଟେ କିଛି ଦିନ ତଳେ ଜିଲ୍ଲାପାଳ କହିଥିଲେ ଯେତେ ଶ୍ରମିକ ଆସିବେ ତାଙ୍କ କାମ ମିଳିବ । ଗତ କିଛି ଦିନ ତଳେ ବଡ଼ବିଲ ରେଳ ସାଇଡିଂ ରେ ନୂଆ ଠିକାଦାର ମେସିନ ରେ କାମ ଆରମ୍ଭ କରିବା ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା, ଫଳ ସ୍ୱରୂପ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ କାର୍ଯ୍ୟ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking