31.1 C
Bhubaneswar
Friday, March 29, 2024
Homeଓଡିଶାଏଲ୍‌ଏଲ୍‌ସି: ଭିଲୱାରା ୫୭ ରନ୍‌ରେ ବିଜୟୀ

ଏଲ୍‌ଏଲ୍‌ସି: ଭିଲୱାରା ୫୭ ରନ୍‌ରେ ବିଜୟୀ

କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ରେ ମଙ୍ଗଳବାର ଭିଲୱାରା କିଙ୍ଗ୍‌ସ ୫୭ ରନ୍‌ରେ ଗୁଜରାଟ ଜାଏଣ୍ଟ୍‌ସକୁ ୫୭ ରନ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇ ଦଳ ଦୁଇ ଓପନର ମର୍ଣ୍ଣି ଭାନ୍ ୱିକ୍ ଓ ୱିଲିୟମ୍ ପୋର୍ଟରଫିଲ୍ଡଙ୍କ ଅର୍ଦ୍ଧଶତକ ସହାୟତାରେ ୪ ୱିକେଟ୍ ହରାଇ ୨୨୨ ରନ୍‌ର ବଡ଼ ସ୍କୋର୍ କରିଥିଲା । ୱିକ୍ ୨୮ଟି ବଲ୍‌ରେ ୪ଟି ଲେଖାଏଁ ଚୌକା ଓ ଛକା ସହ ୫୦ ରନ୍ କରିଥିବା ବେଳେ ପୋର୍ଟରଫିଲ୍ଡ ୧୦ଟି ଚୌକା ଓ ୨ଟି ଛକା ଜରିଆରେ ୬୪ ରନ୍ କରିଥିଲେ । ଏହାଛଡ଼ା ଅଧିନାୟକ ଇର୍‌ଫାନ୍ ପଠାନ୍ ଗୋଟିଏ ଚୌକା ଓ ୩ଟି ଛକା ମାଧ୍ୟମରେ ୩୪ ଏବଂ ଜେସାଲ୍ କାରିଆ ୫ଟି ଚୌକା ଓ ଗୋଟିଏ ଛକା ସହ ୪୩ ରନ୍ କରିଥିଲେ । ଆହୁରି ୟୁସୁଫ୍ ପଠାନ୍ ମାତ୍ର ୫ଟି ବଲ୍ ଖେଳି ୨ଟି ଛକା ସହ ୧୪ ଏବଂ ରାଜେଶ ବିଷ୍ଣୋଇ ୨ଟି ବଲ୍‌ରେ ୨ଟି ଛକା ସହ ୧୨ ରନ୍ କରି ଅପରାଜିତ ଥିଲେ । ଜାଏଣ୍ଟ୍‌ସ ପକ୍ଷରୁ ଅଶୋକ ଡିଣ୍ଡା, କେପି ଅପନ୍ନା, ଗ୍ରେମ୍ ସ୍ୱାନ୍ ଓ ଥିସାରା ପରେରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଦଳ ଦୁଇ ତାରକା ଖେଳାଳି ବୀରେନ୍ଦ୍ର ସେହ୍ୱାଗ୍ ଓ କ୍ରିସ୍ ଗେଲଙ୍କ ଉପସ୍ଥିତି ସତ୍ତ୍ୱେ ୧୯.୪ ଓଭର୍‌ରେ ୧୬୫ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୟଶପାଲ୍ ସିଂହ ୬ଟି ଚୌକା ଓ ୩ଟି ଛକା ଜରିଆରେ ସର୍ବାଧିକ ୫୭ ରନ୍ କରିଥିଲେ । ଅଧିନାୟକ ସେହ୍ୱାଗ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୨୭ ରନ୍ କରିଥିବା ବେଳେ ଗେଲ୍ ୨୦ଟି ବଲ୍ ଖେଳି ୨ଟି ଚୌକା ମାରି ମାତ୍ର ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଭିଲୱାରା ପକ୍ଷରୁ ଏସ. ଶ୍ରୀସନ୍ତ୍ ୩ଟି ଏବଂ କାରିଆ ଓ ଫିଡେଲ୍ ଏଡ୍‌ୱାର୍ଡ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏଠାରେ ଗୁରୁବାର ପରବର୍ତ୍ତୀ ମ୍ୟାଚ୍ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ୍ ଟାଇଗର୍ସ ମଧ୍ୟରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking