38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଏଲଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ଚିରାଗ

ଏଲଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ଚିରାଗ

ନୂଆଦିଲ୍ଲୀ: ବାଜିଛି ବିଧାନସଭା ନିର୍ବାଚନ ବିଗୁଲ । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଏବେ ବି ଦ୍ୱନ୍ଦ ରହିଛି । ଅନ୍ୟପଟେ ନିର୍ବାଚନ ନେଇ ପ୍ରସ୍ତୁତ ମଧ୍ୟ ଜୋରସୋରରେ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ, ଏନଡିଏ ତରଫରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିତୀଶ କୁମାର ଓ ମହାମେଣ୍ଟ ପକ୍ଷରୁ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଛି । ତେବେ ଏଲଜେପି ସ୍ପଷ୍ଟ କରିଛି ଯେ, ଦଳ ପକ୍ଷରୁ ଚିରାଗ ପାଶଓାନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି । ଏନେଇ କୌଣସି ସନ୍ଦେହ ନାହିଁ ବୋଲି ଏଲଜେପିର ରାଷ୍ଟ୍ରୀୟ ମହାସଚିବ ଶାହନବାଜ ଅହମ୍ମଦ କୈଫ କହିଛନ୍ତି । ଏହାକୁ ବାଦ ଦେଲେ ଜେଡିୟୁ ଓ ଭାଜପା ଆସନ ବଣ୍ଟାକୁ ନେଇ ଚର୍ଚ୍ଚା ଲାଗି ରହିଛି । ସେପ୍ଟେମ୍ବର ୩୦ରେ ଏମାନେ ଆସନ ସଂପର୍କରେ ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking