37.1 C
Bhubaneswar
Thursday, March 28, 2024
Homeଓଡିଶାକ୍ୱାରେଣ୍ଟାଇନରୁ ଫେରି ଜଙ୍ଗଲରେ ବିତୁଛି ୭ ଜୀବନ

କ୍ୱାରେଣ୍ଟାଇନରୁ ଫେରି ଜଙ୍ଗଲରେ ବିତୁଛି ୭ ଜୀବନ

ପାରଳାଖେମୁଣ୍ଡି : ଆର.ଉଦୟଗିରି ବ୍ଲକରେ ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । କ୍ୱାରେଣ୍ଟାଇନରେ ୧୪ ଦିନ ଅତିବାହିତ କରି ସୁସ୍ଥ ହୋଇ ଗ୍ରାମକୁ ଫେରିଥିବା ୭ଜଣକୁ ଗ୍ରାମବାସୀମାନେ ଗ୍ରାମ ମଧ୍ୟକୁ ପୁରାଇ ଦେଇ ନାହାଁନ୍ତି । ଗ୍ରାମ କମିଟି ଦ୍ୱାରା ଏ ନେଇ ଏକ କଙ୍ଗାରୁ କୋର୍ଟ ଆୟୋଜିତ ହୋଇଥିଲା । କରୋନା ସଂକ୍ରମଣର ଭୟ ଓ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କୋର୍ଟର ନିର୍ଦ୍ଦେଶକ୍ରମେ କ୍ୱାରେଣ୍ଟାଇନ୍ ଫେରନ୍ତାଙ୍କୁ ଗ୍ରାମରୁ ବାସନ୍ଦ କରାଯିବାସହ ନିକଟସ୍ଥ ଜଙ୍ଗଲରେ ରହିବାପାଇଁ କୁହାଯାଇଛି । ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଆବାରସିଂ ଗ୍ରାମ ପଞ୍ଚାୟତର ଖାରିପଦା ଗ୍ରାମର ୭ଜଣ ଆବାରସିଂ ଠାରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ୧୪ଦିନ ବିତିବା ପରେ ଏମାନଙ୍କ ନେଗେଟିଭ୍ ରିପୋର୍ଟ ଆସିବା ଯୋଗୁଁ ସରକାରୀ ନିୟମ ଅନୁଯାୟୀ ସୁସ୍ଥ ଘୋଷଣା କରାଯାଇ ନିଜ ନିଜର ଘରକୁ ପ୍ରଶାସନ ପଠାଇ ଦେଇଥିଲେ । ହେଲେ ସମ୍ପୃକ୍ତ ୭ଜଣ ରହୁଥିବା ଖାରିପଦା ଗ୍ରାମବାସୀମାନେ ଏମାନଙ୍କୁ ଗ୍ରାମ ମଧ୍ୟକୁ ପୁରାଇ ଦେଲେ ନାହିଁ । ଗ୍ରାମବାସୀଙ୍କ ଦ୍ୱାରା ଏନେଇ ଏକ କଙ୍ଗାରୁ କୋର୍ଟର ଆୟୋଜନ ଖାରିପଦା ଗ୍ରାମରେ ଗତ ୭ଦିନ ତଳେ ହୋଇଥିଲା । କ୍ୱାରେଣ୍ଟାଇନରୁ ସୁସ୍ଥ ହୋଇ ୭ଜଣ ଗ୍ରାମକୁ ଫେରି ଥିଲେ ସୁଦ୍ଧା ପୁଣି କରୋନା ସଂକ୍ରମଣର ଭୟ ଓ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଙ୍ଗାରୁ କୋର୍ଟ ଗ୍ରାମରୁ ଏମାନଙ୍କୁ ବାସନ୍ଦ କରିଥିଲା । ନିକଟସ୍ଥ ଜଙ୍ଗଲରେ ଏମାନଙ୍କୁ ରହିବାପାଇଁ ଏହି କୋର୍ଟ ନିର୍ଦ୍ଦେଶ ଦେଇଥିଲା । ଏଥିରେ ଗ୍ରାମରୁ ବିତାଡ଼ିତ ହୋଇ ଘରକୁ ନଯାଇ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଅସ୍ଥାୟୀ କୁଡ଼ିଆ ତିଆରି କରି ଏହି ୭ଜଣ ଜୀବନ ବିତାଉଛନ୍ତି । ଖାଦ୍ୟପେୟ ଓ ପିଇବାପାଣି ଗ୍ରାମବାସୀମାନେ ଏମାନଙ୍କୁ ଯୋଗାଉଥିବା ଜଣାଯାଇଛି । ଏ ନେଇ ଆର.ଉଦୟଗିରି ବିଡିଓ ପ୍ରଦୀପ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ୭ଜଣ କ୍ୱାରେଣ୍ଟାଇନ୍ ଫେରନ୍ତା । ସେହି ଗ୍ରାମର ସ୍କୁଲରେ ରହିଛନ୍ତି । ଜଙ୍ଗଲରେ ଜୀବନ ବିତାଉଥିବା କୌଣସି ତଥ୍ୟ ନାହିଁ । ତଥାପି ଏହାର ଅନୁଧ୍ୟାନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking