27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନିଜ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁସ୍ଥ ରହିବ ଲିଭର

ନିଜ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ, ସୁସ୍ଥ ରହିବ ଲିଭର

ଭୁବନେଶ୍ୱର: ଆମ ଶରୀରର ଅଙ୍ଗମାନଙ୍କ ମଧ୍ୟରୁ ଲିଭର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କାର୍ବୋ ହାଇଡ୍ରେଟକୁ ଷ୍ଟୋର କରିବା ଠାରୁ ଆରମ୍ଭ କରି ପ୍ରୋଟିନ ପ୍ରସ୍ତୁତ କରିବା, ପୋଷକ ତତ୍ୱ ଅବଶୋଷିତ କରିବା ଏବଂ ପିତ୍ତ ପ୍ରସ୍ତୁତ କରିବାରେ ବି ଲିଭର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ପୁରା ଶରୀରରକୁ ଲିଭର ଡିଟକ୍ସ କରିଥାଏ । ତେବେ ଲିଭର ସ୍ୱଚ୍ଛ ଓ ମଜଭୂତ ହେବା ଦ୍ୱାରା ହିଁ ଶରୀର ସୁସ୍ଥ ରହିଥାଏ । ତାହେଲେ ଚାଲନ୍ତୁ ଜାଣିବା ସେହି ଜିନିଷ ଉପରେ ଯାହା ଲିଭରକୁ ମଜଭୂତ ରଖିଥାଏ ।
ବିଟ୍‌-ବିଟରେ ଆଣ୍‌ଚିଅକ୍ସିଡାଣ୍ଟ, ମିନେରାଲସ ଓ ଭିଟାମିନ ଭରପୁର ମାତ୍ରାରେ ରହିଥାଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଏହା ସାହାଯ୍ୟ କରେ ।
ବେରିଜ୍‌-କ୍ରେନବେରୀ ଓ ବ୍ଲୁବେରୀ ଭଳି ବେରୀଜରେ ଏନ୍ଥୋସାୟାନିନ ରହିଥାଏ । ଯାହା ଲିଭରକୁ ଅନେକ ପ୍ରକାର କ୍ଷତରୁ ରକ୍ଷା କରିଥାଏ ।
ରସୁଣ-ରସୁଣରେ ଏଲିସିନ କମ୍ପାଉଣ୍ଡ ରହିଥାଏ । ଯାହା ପୁରା ଶରୀରରକୁ ଡିଟକ୍ସ କରିବାରେ ସାହାଯ୍ୟ କରେ । ରସୁଣରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିବାୟୋଟିକ ଗୁଣ ରହିଥାଏ । ଲିଭରକୁ ଏହା ସଫା ରଖିବା ସହ ମଜଭୂତ କରିଥାଏ ।
ଜଟିବୁଟି-ଧନିଆ,ହଳଦି, ଅଦା ଇତ୍ୟାଦିକୁ ଶକ୍ତିଶାଳୀ ଡିଟକ୍ସିଫାୟାର କୁହାଯାଏ । ଏହିସବୁ ଜଟିବୁଟି ଲିଭରକୁ ମଜଭୂତ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking