29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶନଡିଆ ଓ ମୂଷା ଖାଇ ୩୩ ଦିନ ବଞ୍ଚିଲେ

ନଡିଆ ଓ ମୂଷା ଖାଇ ୩୩ ଦିନ ବଞ୍ଚିଲେ

ନସାଉ : ଏକ ଦ୍ୱୀପରେ ଫସିଯାଇଥିବା ୩ ଜଣ ଲୋକ ୩୩ ଦିନ ଧରି ନଡିଆ ଓ ମୂଷା ଖାଇ ଜୀବନ ବଞ୍ଚାଇଥିଲେ । ଭାଗ୍ୟବଶତଃ ଜଣେ କୋଷ୍ଟ ଗାର୍ଡଙ୍କ ଦୃଷ୍ଟି ତାଙ୍କ ଉପରେ ପଡିଥିଲା ଓ ଗାର୍ଡ ସେମାନଙ୍କୁ ବଞ୍ଚାଇଥିଲେ । ନହେଲେ ୩ ଜଣ ଲୋକ ନିଜର ଜୀବନ ହରାଇଥାନ୍ତେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାହାମସର ଏକ ନିର୍ଜନ ଦ୍ୱୀପରେ ୨ ଜଣ ପୁରୁଷ ଓ ଜଣେ ମହିଳା ଦିର୍ଘ ୩୩ ଦିନ ଧରି ଫସି ରହିଥିଲେ । ସେହି ସ୍ଥାନରେ ଜନବସତି ନଥିବାରୁ ତାଙ୍କୁ ଖାଇବାକୁ ମିଳୁନଥିଲା ଓ ସେମାନେ ୩୩ ଦିନ କାଳ ଗେଣ୍ଡା, ମୂଷା ଓ ନଡିଆ ଖାଇ ଜୀବନ କାଟୁଥିଲେ ।

ରୁଟିନ ଗସ୍ତରେ ଯାଇଥିବା ଜଣେ ଆମେରିକୀୟ କୋଷ୍ଟ ଗାର୍ଡଙ୍କ ନଜର ଏମାନଙ୍କ ଦା୍ୱରା ଲଗାଯାଇଥିବା ପତାକା ଉପରେ ପଡିଥିଲା ଓ ଏମାନଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଥିଲ । ଜଣାଯାଉଛିକି, ଏହି ୩ ଜଣଙ୍କ ଡଙ୍ଗା ଫ୍ଲୋରିଡା ଓ କ୍ୟୁବାର ମଧ୍ୟ ସମୁଦ୍ର ରେ ବୁଡି ଯାଇଥିଲା ଏବଂ ଏହି ୩ ଜଣ ଏଙ୍ଗୀଲା ଦ୍ୱୀପରେ ଫସି ଯାଇଥିଲେ । ପରେ କୋଷ୍ଟ ଗାର୍ଡଙ୍କ ଦ୍ୱରା ଏମାନଙ୍କୁ ରେସ୍କ୍ୟୁ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking