34.1 C
Bhubaneswar
Thursday, April 25, 2024
Homeଅପରାଧଅବୈଧ ସଂମ୍ପର୍କ ସନ୍ଦେହରେ ହତ୍ୟା; ଚେନ୍ନାଇରୁ ଗିରଫ ହେଲା ହତ୍ୟାକାରୀ

ଅବୈଧ ସଂମ୍ପର୍କ ସନ୍ଦେହରେ ହତ୍ୟା; ଚେନ୍ନାଇରୁ ଗିରଫ ହେଲା ହତ୍ୟାକାରୀ


ଗୁରୁଗ୍ରାମ : ନୈନା ହତ୍ୟା ମାମଲାର ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହୋଇଛି ଗୁରୁଗ୍ରାମ ପୋଲିସ । ଆରୋପୀ ଭାରତ ଥାପା(୨୭) ନିଜ ପ୍ରେମିକା ନୈନା (୩୫) ସହ ଲିଭ ଇନରେ ରହୁଥିଲା । ତେବେ ନୈନାର ମୃତ ଦେହ ଘରୁ ବାହାରିବା ଦିନ ଠାରୁ ଭାରତ ଫେରାର ଥିଲ। । ତେଣୁ ଭାରତହିଁ ହତ୍ୟାକାରୀ ବୋଲି ସନ୍ଦେହ କରି ପୋଲିସ ତାକୁ ଖୋଜୁଥିଲା ।
ଗୁରୁଗ୍ରାମର ସେକ୍ଟର ୫ ଠାରେ ଏହି ଘଟଣା ପୋଲିସକୁ ହତ୍ୟା ହେବାର ୩ ଦିନ ପରେ ମିଳିଥିଲା । ପୋଲିସ ଯାଇ ଦୁର୍ଗର୍ନ୍ଧ ବାହାରୁଥିବା ଶବକୁ ଉଦ୍ଧାର କରିଥିଲା । ଶବଟି ସଢି ଯାଇଥିବାରୁ ସେଥିରୁ ଗନ୍ଧ ବାହାରୁଥିଲା ।୩୫ ବର୍ଷିୟ ନୈନା ପଶ୍ଚିମବଙ୍ଗର ବାସିନ୍ଦା ଥିଲେ । ପ୍ରେମିକ ଭାରତ ସହସେ ଲିଭ ଇନରେ ରହିଆସୁଥିଲେ । ଅନ୍ୟ କାହାସହ ଅବୈଧ ସଂର୍ମ୍ପକକୁ ସନ୍ଦେହ କରି ଭାରତ ଓ ନୈନା ଭିତରେ ସବୁବେଳେ କଳହ ଲାଗିରହୁଥିଲା ସେହି ଘଟଣାକୁ କେନ୍ଦ୍ରକରି ରାଗରେ ଏକ ଓଢଣୀରେ ଗଳା ଚିପି ହତ୍ୟା କରିଥିଲା ଓ ସେଠାରୁ ଫେରାର ହୋଇଯାଇଥିଲା ।
ଗୁରୁଗ୍ରାମ ଏସପିଙ୍କ କହିବା ଅନୂସାରେ ଭାରତ ପ୍ରଥମେ ଅହମଦାବାଦ ଓ ମୁମ୍ବାଇରେ ଲୁଚିଥିଲା । ପରେ ତାକୁ ଚେନ୍ନାଇରୁ ଗିରଫ କରିଥିଲା ପୋଲିସର ଏକ ଟିମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking