40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଲିଟିଲ ଫ୍ଲାଓ୍ବାର ସ୍କୁଲର ବେଆଇନ ଫିଜ ଆଦାୟ ବିରୁଦ୍ଧରେ ଥାନାରେ ମାମଲା, ଜିଲ୍ଲାପାଳଙ୍କୁ ଦାବୀପତ୍ର

ଲିଟିଲ ଫ୍ଲାଓ୍ବାର ସ୍କୁଲର ବେଆଇନ ଫିଜ ଆଦାୟ ବିରୁଦ୍ଧରେ ଥାନାରେ ମାମଲା, ଜିଲ୍ଲାପାଳଙ୍କୁ ଦାବୀପତ୍ର

ବଲାଙ୍ଗିର,(ଦେବାଶିଷ ମିଶ୍ର) – ଲିଟିଲ ଫ୍ଲାଓ୍ବାର ସ୍କୁଲ ର ବେଆଇ ଫିଜ ଆଦାୟ ବିରୁଦ୍ଧରେ ଆଜି ଅଭିଭାବକ ମହାସଂଘ ଆଦର୍ଶ ଥାନାରେ ଲିଖିତ ଅଭିେଯାଗ କରିବା ସହ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛି ।  କିଛି ଦିନ ପୂର୍ବରୁ ଏଡମିଶନ ପ୍ରକ୍ରିୟା ଆରମ୍ଭ କରିଥିବା ବଲାଙ୍ଗିର ର ଲିଟିଲ ଫ୍ଲାଓ୍ବାର ସ୍କୁଲ ହାଇକୋର୍ଟ ନିର୍ଦେଶ ଓ ସରକାରୀ ନୀୟମକୁ ଖୋଲା ଖୋଲି ଉଲ୍ଲଂଘନ କରିବା ସହିତ ବେଆଇନ ଭାବେ ରି ଏଡମିଶନ ଓ ଟ୍ୟୁସନ ଫିଜ ଆଦାୟ କରୁଛି । ମନମାନି ଫିଜ ଆଦାୟକୁ ନେଇ ଯେଉଁ ରସିଦ ପ୍ରଦାନ କରୁଛି, ସେଥିରେ ମଧ୍ୟ ସ୍କୁଲ ର ନାମ ଠିକଣା ବା ଫଞ୍ଜିକରଣ ସମ୍ବନ୍ଧୀୟ କୌଣସି ବୀବରଣୀ ରହୁ ନାହିଁ । ଯାହା ଉକ୍ତ ରସିଦକୁ ଜାଲି ପ୍ରମାଣିତ କରୁଛି । ଆହୁରି ମାନ୍ୟବର ହାଇକୋର୍ଟ ଓ ଓଡିଶା ହ୍ୟୁମାନ ରାଇଟ କମିଶନ ର ନିର୍ଦେଶ ବିରୁଦ୍ଧରେ ସ୍କୁଲରେ ବହି ବିକ୍ରି କରୁଥିବା ନେଇ ଅଭିଭାବକ ମହାସଂଘ ଥାନାରେ ଲିଖିତ ଅଭିେଯାଗ କରିଛି । ଏହା ସହ ମହାସଂଘର ଏକ ଦଳ ଜିଲ୍ଲାପାଳଙ୍କୁ ଦେଖା କରି ଏସଂକ୍ରନ୍ତିୟ ଏକ ଦାବୀପତ୍ର ଜିଲ୍ଲାପଳଙ୍କୁ ପ୍ରଦାନ କରିଛି । ଏହି ଦାବୀପତ୍ର ରେ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ପ୍ରାଇଭେଟ ସ୍କୁଲ ମାନଙ୍କୁ ଫିଜ ଆଦାୟ ସମ୍ବନ୍ଧୀୟ ସମସ୍ତ ନିର୍ଦେଶାବଳୀ କୁ ଲିଟିଲ ଫ୍ଲାଓ୍ବାର ସ୍କୁଲ ଉଲ୍ଲଂଘନ କରୁଥିବା କୁହାଯାଇଛି । ଓଡିଶା ହ୍ୟୁମାନ ରାଇଟ କମିଶନ ନିଦ୍ଧେଶ ଅନୁସାରେ ସ୍କୁଲ ପରିସରରେ ବହି,ଖାତା ବିକ୍ରୟ କରାଯାଇ ପାରିବ ନାହିଁ । କିନ୍ତୁ ଏହି ସ୍କୁଲ ବେଆଇନ ଭାବେ ସ୍କୁଲ ପରିସର ଭିତରେ କୋର୍ସ ସମ୍ବନ୍ଧୀୟ ବହି ବିକ୍ରି କରୁଛି । ଯାହା ସ୍କୁଲ ବ୍ୟାଗ ଓଜନ କୁ ନେଇ କରାଯାଇଥିବା ସରକାରୀ ନିୟମ ର ମଧ୍ୟ ଉଲ୍ଲଂଘନ କରୁଛି । ତାଛଡା ବେଆଇନ ଭାବେ ସ୍କୁଲ ଫିଜ ଆଦାୟ କରି ଜାଲି ରସିଦ ପ୍ରଦାନ କରୁଛି । ତେଣୁ ଏବିଷୟରେ ଯଥା ଶିଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମହାସଂଘ ଦାବୀ କରିଛି । ଜିଲ୍ଲାପାଳ ଦାବୀପତ୍ର ଗ୍ରହଣ କରିବା ସହ ଏ ଦିଗରେ ଯଥା ଶିଘ୍ର କାଯ୍ର୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଶ୍ବାସନା ଦେଇଛନ୍ତି । ପ୍ରକାଶ ଯେ କୋଭିଡ ସମୟରେ ସ୍କୁଲ ଫିଜ ପ୍ରଦାନ କୁ ନେଇ ଅଭିଭାବକ ସଂଘର ପିଟିସନ କ୍ରମେ ମାନ୍ୟବର ହାଇକୋର୍ଟ ବିଭିନ୍ନ ସ୍କୁଲ ଫିଜ ରିହାତି କରିବା ସହ ର ଏଡମିସନ ଓ ଏନ୍ସିଲାରି ଫିଜ ପ୍ରଦାନ ବାରଣ କରିଥିଲେ । ଆହୁରି ରାଜ୍ୟ ମାନବଧୀକାର କମିସନ ସ୍କୁଲରେ ବହି, ଖାତା ବିକ୍ରି ଉପରେ ରୋକ ଲଗାଇବା ସହ ଶ୍ରେଣୀ ଅନୁସାରେ ସ୍କୁଲ ବ୍ୟାଗ ର ଓଜନ ନିର୍ଧାରଣ ପୁର୍ବକ ନିର୍ଦେଶାବଳୀ ଜାରି କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗ ପ୍ରଥମେ ୨୭-୦୧-୨୧ ଓ ପୁଣି ଥରେ ୧୮-୦୨-୨୧ରେ ଜିଲ୍ଲା ର ସମସ୍ତ ୧୪୧ଟି ସ୍କୁଲ କୁ ଏହି ନିର୍ଦେଶାବଳୀ ପାଳନ କରିବା ପାଇଁ ନୋଟିସ କରିଥିଲେ । ଲିଟିଲ ପ୍ଲାଓ୍ବାର ସ୍କୁଲି ଏଡମିଶନ ଓ ଫିଜ ଗ୍ରହଣ ପ୍ରକ୍ରିୟା ଅରମ୍ବ କରିଥିବା ବେଳେ ମାନ୍ୟବର ହାଇକୋର୍ଟ ଓ ସରକାରଙ୍କ ସମସ୍ତ ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ ମୋଟା ଅଙ୍କ ଆଦାୟ କରୁଛି । ନିୟମକୁ କୌଣସି ବିବାଦରୁ ବର୍ତ୍ତିବା ପାଇଁ ନାମ ଠିକଣା ନଥିବା ଜାଲ ରସିଦ ଅଭିଭାବକଙ୍କୁ ପ୍ରଦାନ କରୁଛି । ଇଂରାଜି ମିଡିଅମ ସ୍କୁଲ ମାନଙ୍କ ମଧ୍ୟରେ ଏହି ସ୍କୁଲ ର ଛାତ୍ରଛାତ୍ରୀ ସଂଖ୍ୟା ସବୁଠୁ ଅଧିକ ଥିବା ବେଳେ ସହସ୍ରାଧିକ ଅଭିଭାବକ ଏହି ଭଦ୍ର ଲୁଟ ର ଶିକାର ହେଉଛନ୍ତି । କିନ୍ତୁ ବିରୋଧ କଲେ କାଳେ ପିଲାଙ୍କ ଭବିଷ୍ୟତ ସ୍କୁଲ ନଷ୍ଟ କରି ଦେବ ଏହି ଆଶଙ୍କାରେ ଅନେକେ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ଅଭିଭାବକମାନଙ୍କ ସମସ୍ୟା ଉପରେ ସଂଘ ଜିଲ୍ଲା ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି ବୋଲି ଅଭିଭାବକ ମହାସଂଘ ର ସହ ଅଧ୍ୟକ୍ଷ୍ୟ ପ୍ରଦ୍ୟୁମ୍ନ ମିଶ୍ର ନିଜ ପ୍ରତିକ୍ରିୟା ରେ କହିଛନ୍ତି । ତେବେ ଖବର ପ୍ରକାଶିତ ହେବା ପରେ ଲିଟିଲ ଫ୍ଲାଓ୍ବାର ସ୍କୁଲ ପକ୍ଷରୁ ଅଭିବାବକଙ୍କୁ ଫିଜ ବଦଳରେ ତୁରନ୍ତ ରସିଦ ପ୍ରଦାନ ନକରି ଚାରି ପାଞ୍ଚ ଦିନ ପରେ ରସିଦ ପ୍ରଦାନ କରାଯିବ ବୋଲି କୁହା ଯାଉଥିବା ଅଭିବାବକ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking