40.1 C
Bhubaneswar
Thursday, April 25, 2024
HomeUncategorizedଆମ ସାହିତ୍ୟ ପରିବାରର ସ୍ୱାକ୍ଷର ସଚେତନତା କାର୍ଯ‌୍ୟକ୍ରମ

ଆମ ସାହିତ୍ୟ ପରିବାରର ସ୍ୱାକ୍ଷର ସଚେତନତା କାର୍ଯ‌୍ୟକ୍ରମ

ଯାଜପୁର :  ଆଜି ପୂର୍ବାହ୍ନରେ ଆମ ସାହିତ୍ୟ ପରିବାର, ବ୍ୟାସନଗର ଏବଂ ଓଡିଶା ଖଣି ନିଗମ ଲିମିଟେଡ୍‌, ଯାଜପୁର ରୋଡ୍ ଆନୁକୁଲ୍ୟରେ ଏକ ସ୍ୱାକ୍ଷର ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ‌୍ୟକ୍ରମ ଅନୁଯାୟୀ ବ୍ୟାସନଗର ଉମାପଦା ସ୍ଥିତ ସତସଙ୍ଗ ବିହାର ପରିସରରେ ଦିବା ୧୦ ଘଟିକା ସମୟରେ ଆମ ସାହିତ୍ୟ ପରିବାରର କାର୍ଯ‌୍ୟ ସଭାପତି ସନ୍ଧ୍ୟାରାଣୀ ଘଡେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ‌୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଂଗଠନର ଉପଦେଷ୍ଟା ପଣ୍ଡିତ ଅକ୍ଷୟ କୁମାର ଦାଶ କାର୍ଯ‌୍ୟକ୍ରମର ସଞ୍ଚାଳକ ଭାବେ ଯୋଗଦେଇଥିଲେ । ଆଖପାଖ ବସ୍ତି ଅଞ୍ଚଳରୁ ଆସିଥିବା ନିରକ୍ଷର ମହିଳା, ଯୁବକ, ଶିଶୁମାନଙ୍କୁ ଏହି ଶିବିରର ଆୟୋଜନ ତଥା ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ‌୍ୟକ୍ରମରେ ଓଡିଆ ଅଧ୍ୟାପକ ରଶ୍ମିରଞ୍ଜନ ମିଶ୍ର ମାଷ୍ଟର ଟ୍ରେନର୍ ଭାବେ ଯୋଗଦେଇ କହିଲେ ‘ମଣିଷ ଜୀବନକୁ ସୁମାର୍ଗର୍ରେ ପରିଚାଳିତ କରିବା ପାଇଁ ପ୍ରତ୍ୟେକ ଶିଶୁ, ଯୁବକ ଯୁବତୀ ବା ବ୍ୟକ୍ତି ସ୍ୱାକ୍ଷର ହେବା ନିତ୍ୟାନ୍ତ ଆବଶ୍ୟକ । ଖାଦ୍ୟ, ବସ୍ତ୍ର, ବାସଗୃହ ପରି ସ୍ୱାକ୍ଷର ହେବା ଆଜିର ଯୁଗରେ ଜରୁରୀ ହୋଇ ପଡିଛି । ଏହାକୁ ସର୍ବନିମ୍ନ ଆବଶ୍ୟକତା ଭାବି ଆମ ମାନଙ୍କୁ ସଚେତନ ହେବାକୁ ପଡିବ ‘ ପ୍ରତି ମାସରେ ଏଭଳି କାର୍ଯ‌୍ୟକ୍ରମ ବିଭିନ୍ନ ଅନଗ୍ରସର ବସ୍ତି ଅଞ୍ଚଳରେ ଆୟୋଜନ କରଯାଇ ଶିଶୁ, ଯୁବକ-ଯୁବତୀ ମାନଙ୍କୁ ପାଠ୍ୟୋପକରଣ ଯୋଗାଇ ଦିଆଯିବାର ବ୍ୟବସ୍ଥା କରଯିବ ବୋଲି ଅନୁଷ୍ଠାନର ସଭାପତି ଅଲେଖ ପ୍ରସାଦ ମହାରଣା ମତବ୍ୟକ୍ତ କରିଥିଲେ । ଏହି ସ୍ୱାକ୍ଷରତା ଅଭିଯାନ କିପରି ଅଧିକରୁ ଅଧିକ ନିରକ୍ଷର ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରିବ ଏବଂ ଆଗମୀ ଦିନରେ ଏହାକୁ ପରବ୍ୟାପ୍ତ କରିବାକୁ ଅନ୍ୟତମ ଅତିଥି କୀର୍ତ୍ତନ ବିହାରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ । ଏଭଳି ସାଧୁ ଉଦ୍ୟମରେ ଯାଜପୁର ରୋଡ୍ ସ୍ଥିତ ଓଡିଶା ଖଣି ନିଗମର ଆଞ୍ଚଳିକ କାର୍ଯ‌୍ୟଳୟ ସହଯୋଗିତାର ହାତ ବଢାଇ ଥିବାରୁ ଅନୁଷ୍ଠାନର ସମ୍ପାଦକ ସରୋଜ କୁମାର ଶତପଥୀ ଖଣି ନିଗମର ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଉପସ୍ଥିତ ଶିକ୍ଷାର୍ଥୀଙ୍କୁ ଖାତା ଓ ପେନସିଲ୍ ବଣ୍ଟନ କରାଯାଇଥିଲା । ଆମ ସାହିତ୍ୟ ପରିବାରର ସଂଗଠନ ସମ୍ପାଦକ ସୁଜିତ କୁମାର ମଲ୍ଲିକ, ସୁଦାମ ଚରଣ ନାୟକ, ଦିପ୍ତୀମାଳା ସାମଲ, ମହେଶ୍ୱର ନାୟକ, ଅନିନ୍ଦିତା ବେହେରା, ନିହାର ରଞ୍ଜନ ଓଝା ପ୍ରମୁଖ ଅନ୍ୟାନ୍ୟ ସଦସ୍ୟ ଓ କର୍ମକର୍ତ୍ତା ମାନେ କାର୍ଯ‌୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking