ନନ୍ଦନକାନନରେ ସିଂହୀ ସୁପ୍ରିୟାର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ସିଂହୀର ମୃତ୍ୟୁ ହୋଇଛି। ସିଂହୀର ନାମ ସୁପ୍ରିୟା ଥିଲା। ମୃତ୍ୟୁ ବେଳକୁ ତାର ବୟସ ୧୫ ବର୍ଷ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ହୋଇଥିବା ସିଂହୀୀ ଗତ କିଛିଦିନ ହେବ ଅସୁସ୍ଥ ରହିଥିଲା। ଉଲ୍ଲେଖ ଯୋଗ୍ୟ ଯେ ଗତ ଅଗଷ୍ଟ ୨୮ରେ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ଗତ ଅଗଷ୍ଟ ୨୮ରେ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ଆଗରୁ ମଧ୍ୟ ଆଉ ୨ଟିର ମୃତ୍ୟୁ ହୋଇଥିଲା। ୨୦୧୯ ଅକ୍ଟୋବରରେ ୮ ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ। ଆନାକୋଣ୍ଡା ଆସିବାର ଶହେ ଦିନ ନପୁରୁଣୁ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here