27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଖୋଲିବାକୁ ଯାଉଛି ଲିଙ୍ଗରାଜ ମନ୍ଦିର । ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ବିଏମସି କମିଶନର ସୂଚନା ପ୍ରଦାନ କରିଛନ୍ତି । ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ କରିବାର ଅନୁମତି ମିଳିବ । ଆଗକୁ ନୂଆବର୍ଷ ଆସୁଥିବାରୁ ସମ୍ଭାବ୍ୟ ଗହଳିକୁ ଦୃଷ୍ଟିରେ ରଖି ଜାନୁୟାରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦିଆଯିବ । ୬ ତାରିଖ ଠାରୁ ସାଧାରଣ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ମନ୍ଦିର ପରିସରରେ ସର୍ବାଧିକ ୫ ଶହ ଲୋକ ରହିପାରିବେ । ଖାଲି ଏତିକି ନୁହେଁ, କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ପରେ ଦର୍ଶନ ଅନୁମତି ମିଳିପାରିବ । ୪ କିମ୍ବା ୫ ଦିନ ପୂର୍ବରୁ ହୋଇଥିବା ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ । ସେହିଭଳି ମନ୍ଦିର ପାଖରେ ସକାଳ ୭ଟାରୁ ରାତି ୧୦ଟା ଯାଏଁ ସ୍କ୍ରିନିଂ କ୍ୟାମ୍ପ କରାଯିବ । ଅନ୍ୟପଟେ ଜାନୁୟାରୀ ୩ ତାରିଖ ଠାରୁ ଖୋଲିପାରିବ ଅନ୍ୟ ଧାର୍ମିକ ଅନୁଷ୍ଠାନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ଯେଉଁମାନେ ୩ରୁ ଖୋଲିବାକୁ ଚାହିଁବେ, ପୂର୍ବରୁ ଅଣ୍ଡରଟେକିଂ ଦେବେ । ସଂପୃକ୍ତ ଅନୁଷ୍ଠାନ ପରିଚାଳନରେ ଥିବା କମିଟି ଅଣ୍ଡରଟେକିଂ ଦେବେ । କୋଭିଡ ଗାଇଡଲାଇନ ପାଳନ ନେଇ ଅଣ୍ଡରଟେକିଂ ଦେବ କମିଟି । ପରିସରରେ ସ୍ଥାନ ଦେଖି କେତେ ଲୋକ ରହିପାରିବେ ତାହା ଲେଖିକି ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking