34.1 C
Bhubaneswar
Friday, March 29, 2024
Homeଓଡିଶାକୋଭିଡ୍ କଟକଣା ସହ ସେପ୍ଟେମ୍ବର ୧ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

କୋଭିଡ୍ କଟକଣା ସହ ସେପ୍ଟେମ୍ବର ୧ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର : କୋଭିଡ୍ କଟକଣା ସହ ସେପ୍େଟମ୍ବର ୧ ତାରିଖ ଠାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲିବ । ମନ୍ଦିର ଭିତରେ ଏବଂ ପରିସରରେ ଶ୍ରଦ୍ଧାଳୁମାନେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରିବେ । କୋଭିଡ-୧୯ର ୨ ଡୋଜ୍ ନେଇଥିବା ଭକ୍ତ କେବଳ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । କୋଭିଡ କଟକଣା କଡ଼ାକଡ଼ି କରିବାକୁ ପ୍ରଶାସନର ନିର୍ଦ୍ଦେଶ ହୋଇଛି । ଶ୍ରଦ୍ଧାଳୁମାନେ ଗର୍ଭଗୃହ ଭିତରକୁ ପ୍ରବେଶ କରିପାରିବେ ନାହିଁ । ସୂଚନାଯୋଗ୍ୟ, ରାଜ୍ୟରେ ତଥା ଭୁବନେଶ୍ୱରରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ସାଧାରଣ ହୋଇଥିବାରୁ ପ୍ରଶାସନ ତରଫରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଅଗଷ୍ଟ ମାସରେ ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଚଳିତ ମାସ ଶେଷ ବେଳକୁ ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ହ୍ରାସ ପାଇଥିବ ବୋଲି ଆଶା କରାଯାଉଛି । ପୂର୍ବରୁ ଅଗଷ୍ଟ ୨୩ରୁ ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି । ସଂପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହର କାରଣରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ତେବେ ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ପରେ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବାକୁ ସ୍ଥାନୀୟ ପ୍ରଶାସନ ଉପରେ ଦ୍ୱାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧ ଲକ୍ଷ ୪ ହଜାର ୪୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧ ଲକ୍ଷ ୩୪୦ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୯୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୧୫୩ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking