26.1 C
Bhubaneswar
Friday, March 29, 2024
Homeଓଡିଶାଲିଙ୍ଗରାଜ ମନ୍ଦିର ପ୍ୟାକେଜ ଘୋଷଣା

ଲିଙ୍ଗରାଜ ମନ୍ଦିର ପ୍ୟାକେଜ ଘୋଷଣା

ଭୁବନେଶ୍ୱର:ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି । ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ସ୍ଥାନାନ୍ତର ଆବଶ୍ୟକ ଘର, ମଠ ଓ ଦୋକାନ ପାଇଁ ସହାୟତା ଘୋଷଣା କରାଯାଇଛି । ଅଧିଗୃହିତ ଜମି ଲିଙ୍ଗରାଜଙ୍କ ନାଁରେ ରେକର୍ଡ କରାଯିବ । ଜମି ହରାଉଥିବା ଲୋକଙ୍କ ନାଁ ପ୍ରକଳ୍ପ ଅଞ୍ଚଳରେ ଫଳକରେ ରଖାଯିବ । ସ୍ଥିତିବାନ ଘର ସରକାରଙ୍କ ନୀତି ଅନୁଯାୟୀ ସିଧା କିଣାଯିବ । ସ୍ଥିତିବାନ ଘର ପାଇଁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ମିଳିବ । ଅଧିଗୃହିତ ଜମି ପାଇଁ ବଜାର ଦର ତତ୍ତୁଲ୍ୟ କ୍ଷତିପୂରଣ ମିଳିବ । ଯଦି କେହି ଜମି ବଦଳରେ ଜମି ଚାହିଁବେ ତେବେ ସେମାନଙ୍କୁ ଅନ୍ୟତ୍ର ଜମି ମିଳିବ । ବିସ୍ଥାପିତ ହେବାକୁ ଥିବା ପରିବାର ପାଇଁ ତୁରନ୍ତ ୧ଲକ୍ଷ ଦିଆଯିବ । ଜମି ଅଧିଗ୍ରହଣ ଦିନଠାରୁ ବର୍ଷେ ଯାଏଁ ମାସିକ ୧୫ ହଜାର ଟଙ୍କା ଘରଭଡା ମିଳିବ । ବାସଗୃହ ହରାଉଥିବା ମାଲିକଙ୍କୁ ଏକକାଳୀନ ୨୦ଲକ୍ଷ ଟଙ୍କା , ଦୋକାନ ଘର ମାଲିକଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା ପଇଁ ୧ଲକ୍ଷ ଟଙ୍କା , ତାଲିକାଭୁକ୍ତ ଉଠାଦୋକାନୀଙ୍କୁ ଏକକାଳୀନ ମିଳିବ ୩୦ ହଜାର ଟଙ୍କା । ବିସ୍ଥାପିତ ମଠ ପାଇଁ ଜମି ଆବଣ୍ଟନ ସଂରକ୍ଷଣ ବିଏମସି ସ୍ଥିର କରିବ । ୩୦ଦିନ ମଧ୍ୟରେ କେହି ସ୍ୱଇଚ୍ଛାରେ ଜମି ଦେଲେ ଅତିରିକ୍ତ ୧୦ ପ୍ରତିଶତ ମିଳିବ । ୨୦୦ବର୍ଗ ମିଟର ଦୋକାନ ପାଇଁ ଦୋକାନ ମିଳିବା ଯାଏଁ ମାସିକ ୧୫ହଜାର ଟଙ୍କା ଲେଖାଏଁ ଏବଂ ୨୦୦ ବର୍ଗ ମିଟରରୁ ଅଧିକ ପାଇଁ ଦୋକାନ ମିଳିବା ଯାଏଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମିଳିବ । ଦୋକାନ ହରାଉଥିବା ଲୋକଙ୍କୁ ୫୦ ପ୍ରତିଶତ ରିହାତିରେ ଦୋକାନ ଘର ମିଳିବ । ଦୋକନ ମାଲିକ ଚାହିଁଲେ ଏକାଥରେ ୨୦ଲକ୍ଷ ଟଙ୍କାର ସହାୟତା ନେଇପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking