28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଓଡିଶାରେ ପ୍ରତିଷ୍ଠା ହେବ ବଜ୍ରଘାତ ଅନୁସନ୍ଧାନ କେନ୍ଦ୍ର

ଓଡିଶାରେ ପ୍ରତିଷ୍ଠା ହେବ ବଜ୍ରଘାତ ଅନୁସନ୍ଧାନ କେନ୍ଦ୍ର

ଭୁବନେଶ୍ୱର : ଓଡିଶାରେ ପ୍ରତିଷ୍ଠା ହେବ ବଜ୍ରଘାତ ଅନୁସନ୍ଧାନ କେନ୍ଦ୍ର । ଦେଶରେ ପ୍ରଥମ ଥର ପାଇଁ ଏପରି ଅନୁସନ୍ଧାନ କେନ୍ଦ୍ର ଖୋଲିବାକୁ ଯାଉଛି । ଏନେଇ ଭୁବିଜ୍ଞାନ ବିଭାଗ ତରଫରୁ ନିଷ୍ପତି ନିଆଯାଇଛି । ଆଇଏମଡି, ଇସ୍ରୋ, ଡିଆରଡିଓର ସହଯୋଗରରେ ବାଲେଶ୍ୱର ନିକଟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ ।
ଏହି ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା ପରେ ବଜ୍ରଘାତକୁ ନେଇ ସଠିକ ସୂଚନା ମିଳିପାରିବ । ଏହା ସହ ଅନେକ ଧନ ଜୀବନ ରକ୍ଷା ହୋଇପାରିବ ବୋଲି ଆଇଏମଡି ମହାନିର୍ଦ୍ଦଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ , ଓଡିଶାରେ ଏପ୍ରିଲରୁ ଜୁନ ମଧ୍ୟରେ ବହୁତ ଭୟାନକ ଘଡଘଡି ଓ କାଳବୈଶାକ୍ଷୀ ହୋଇଥାଏ । ଯାହା ଫଳରେ ବହୁ ଧନ ଜୀବନ ନଷ୍ଟ ହୋଇଥାଏ । ଏହାର ପୁର୍ବନୁମାନ କରିବା ଓ ନିର୍ଭୁଲ ତଥ୍ୟ ପ୍ରଦାନ କରିବା ପାଇଁ ବହୁ ଗବେଷଣାର ଆବଶ୍ୟକତା ରହିଛି । ତେଣୁ ସବୁ ରିସର୍ଚ୍ଚ ଅନୁଷ୍ଠାନର ସହମତି କ୍ରମେ ବାଲେଶ୍ୱର ନିକଟରେ ଏକ ରିସର୍ଚ୍ଚ ସେଣ୍ଟର ଖୋଲିବାକୁ ଯୋଜନା କରାଯାଉଛି । ଏଥିରେ ବିଭିନ୍ନ ପ୍ରକାର ପର୍ଯ୍ୟବେକ୍ଷଣକୁ ନିୟୋଜିତ କରାଯିବ । ଏହାସହ ଓଡିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାରରେ ପର୍ଯ୍ୟବେକ୍ଷଣକୁ ବଢାଯିବ । ଏହି ଗବେଷଣା କେନ୍ଦ୍ର ପାଇଁ ସମ୍ପୁର୍ଣ୍ଣ ଯୋଜନା ବନାଇବାକୁ ପଡିବ ଓ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଅବଶ୍ୟକ ହେବ । ବାଲେଶ୍ୱର ଚାନ୍ଦୀପୁରର ଡିଆରଡିଓ ,ଭାରତ ପାଣିପାଗ ବିଭାଗ କେନ୍ଦ୍ର, ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅନୁଷ୍ଠାନ ଏହି ୩ ଅନୁଷ୍ଠାନ ମିଶି ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking