37.1 C
Bhubaneswar
Thursday, March 28, 2024
Homeଓଡିଶାବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଜାମକୀ ଗାଁରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଗାଁର ଜଣେ ମହିଳା ପୋଖରୀରୁ ଗାଧୋଇ ସାରି ଘରକୁ ଫେରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ନୃପତି ମାଝି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବଜ୍ରପାତ ଘଟିବା ପରେ ରାସ୍ତା ଉପରେ ଟଳି ପଡ଼ି ଥିଲେ ନୃପତି । ପରିବାର ଲୋକେ ଖବର ପାଇ ପ୍ରଥମେ ତୁରେକେଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଗୁରୁତର ଅବସ୍ଥାରେ ନୃପତିଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନୃପତିଙ୍କ ସ୍ୱାମୀ ମଧ୍ୟ ୧୨ ବର୍ଷ ଆଗରୁ ମୃତ୍ୟୁ ହୋଇଥିବା ବେଳେ ଏବେ ପରିବାରର ପୁଅ-ଝିଅ ଅସହାୟ ହୋଇପଡିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking