32.1 C
Bhubaneswar
Thursday, March 28, 2024
Homeଓଡିଶାବଜ୍ରାଘାତରେ ଚାଲିଗଲା ୨ଜଣଙ୍କ ଜୀବନ

ବଜ୍ରାଘାତରେ ଚାଲିଗଲା ୨ଜଣଙ୍କ ଜୀବନ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଗୁରୁବାର ଅପରାହ୍ନ ୪ ଘଟିକା ସମୟରେ କାଳବୈଶାଖୀ ତାଣ୍ଡବ ରଚାଇଛି । ବ୍ଲକର କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିନୋବାଭାବେନଗର ପଞ୍ଚାୟତର ବଜ୍ରାଘାତରେ ଦୁଇ ଜଣଙ୍କର ପ୍ରାଣ ଯାଇଛି। ମୃତକ ଦୁଇ ଜଣଙ୍କ ନାମ ବିଷ୍ଣୁପଦ ବିଶ୍ୱାସ(୪୫) ଓ ମୌସୁମୀ ହୋତା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ବିଷ୍ଣୁପଦ କୌଣସି କାମରେ ବାହାରକୁ ଯାଇଥିଲେ ଘରକୁ ଫେରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ। ଅନ୍ୟପଟେ ସେହି ଗ୍ରାମର ମୌସୁମୀ ହୋତା(୨୪) ଗୁହାଳରେ ଘର କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଉଭୟଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ବି ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।
https://onakhabar.com/2020/04/23/dgp-appeal-to-obey-shut-down/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking