ଲଘୁଚାପ ବର୍ଷା ଫଳରେ ମକା ଫସଲ ଗଜା ହୋଇ ନଷ୍ଟ; ଚିନ୍ତାରେ ଚାଷୀ

ଭୁବନେଶ୍ୱର: ସମସ୍ୟା ଯେପରି ଚାଷୀଙ୍କ ପିଛା ଛାଡୁନି। କେତେବେଳେ ବୃଷ୍ଟି ଫଲରେ ମରୁଡିର ସାମ୍ନା କରୁଛି ତ ପୁଣି କେବେ ଆବଶ୍ୟକତା ଠାରୁ ଅଧିକ ବର୍ଷାଯୋଗୁଁ ଫସଲ କ୍ଷତି ଘଟି ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି। ଏବେ ଧାନ ଫସଲର ରୋଗପୋକ ସମସ୍ୟା ନସରୁଣୁ ମକା ଫସଲ ଗଜା ହୋଈ ନଷ୍ଟ ହେବାଯୋଗୁଁ ଚାଷି ମୁଣ୍ଡରେ ହାତ ଦେଇ ବସିଛି। କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଲର କଦଲିମୁଣ୍ଡା,ହାତିପଖାନ,ବେହେରାଗୁଡା ଗାଁ ମାନଙ୍କରେ ଅଣଧାନ ଫସଲ ରୁପେ ଶହଶହ ହେକ୍ଟର ରେ ମକାଚାଷ କରିଥିଲେ। ଆଶାବାନ୍ଧି ଥିଲେଏଥିରୁ ଦୁଇ ପଇସା ପାଈ ପରିବାର ପ୍ରତିପୋଷଣ ସହ ଧାରକରଜ ସୁଝିବେ।ହେଲେ ଲଘୁଚାପ ଜନିତ ବର୍ଷା ଦାଉ ସାଧିଲା। ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନହେବା ଯୋଗୁଁ ମକାଗଛ ସବୁତଲେ ପଡି ଗଜାହେଇଥିଲା।ଏବେ ମକା ଅମଲର ସମୟ। ଏସମୟରେ କ୍ରମାନ୍ୱୟରେ ଲଘୁଚାପ ବର୍ଷା ଲାଗିରହିଛି ଫଲରେ ମକା ମଞ୍ଜିରୁ ଗଜା ବାହାରି ପଡିଥିବା ଚାଷୀଙ୍କ ବେଲେ ଭିତରେ ଘୋର ଚିନ୍ତାର କାରଣ ପାଲଟିଛି।କିଏ ଘରୋଇଋଣ କରିଛି ତ କିଏ ସରକାରୀ,ବେସରକାରୀ ସଂସ୍ଥାରୁ ଋଣ କରିଛି।ଏପରି ସ୍ଥଲେ ମକା ବିକ୍ରି ଯିବା ଅସମ୍ଭବ ହୋଇ ପଡିଛି।ଏବେ ଚାଷୀ ମଣ୍ଡରେ ହାତ ମାରି ବସିଛି ସରକାରୀ ସହାୟତା ଅପେକ୍ଷାରେ।ଏଣେ କୃଷକମଞ୍ଚ ଏହାର ତଦନ୍ତ କରାଯାଇ କ୍ଷତିଗ୍ରସ୍ଥ ଚାଷିମାନ ଙ୍କୁ ସରକାରୀ ସହାୟତା ଯୋଗାଈ ଦେବାକୁ ଦାବି ଜଣାଇଛି।ସରକାରୀ ସହାୟତା ଯୋଗାଈ ନଦେଲେ ଆନ୍ଦୋଲନ କରାଯିବ ବୋଲି କୃଷକମଞ୍ଚ ର ସଭାପତି ଦିଗାମ୍ବର ଦୁରିଆ ଚେତାବନି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here