31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶପ୍ରେମର ସନ୍ଧାନରେ ପୁରୁଣା ଦିନକୁ ଫେରିଲା ଜାପାନ , ଏହି ଉପାୟର ବାଛୁଛନ୍ତି ନିଜ ଜୀବନସାଥୀ

ପ୍ରେମର ସନ୍ଧାନରେ ପୁରୁଣା ଦିନକୁ ଫେରିଲା ଜାପାନ , ଏହି ଉପାୟର ବାଛୁଛନ୍ତି ନିଜ ଜୀବନସାଥୀ

ନୂଆଦିଲ୍ଲୀ : ଜଣେ ଭଲ ଲାଇଫପାର୍ଟନର ତ ସମସ୍ତ ଖୋଜନ୍ତି । ପୁରା ଜୀବନ ବିତାଇବା ପାଇଁ ଯେ କେହି ବି ଜଣେ ଭଲ ଜୀବନ ସାଥୀ ଚାହିଁବ ,ଯିଏକି ତାର ସବୁ କଥାକୁ ବୁଝି ପାରୁଥିବ । କିନ୍ତୁ ଆଜିକାଲିର ଧାଁ ଦୈାଡ ଜୀବନ ଶୈଳୀରେ ଡେଟିଙ୍ଗ ସାଇଟ ଏବଂ ଡେଟିଙ୍ଗ ଆପ୍ଲିକେସନ ହିଁ ଏକମାତ୍ର ସାହାରା ପାଲଟିଛି । ଅନେକ ଥର ଡେଟିଙ୍ଗ ସାଇଟରେ ଜୀବନସାଥୀ ବାଛିବାରେ ମଧ୍ୟ ଭୁଲ ହୋଇଛି । ଏହାରି ଭିତରେ ଜାପାନର ଏକ ସହରରେ ସଚ୍ଚା ଜୀବନସାଥୀ ପାଇବା ପାଇଁ ପୁରୁଣା ଦିନ ଉପାୟକୁ ଆପଣାଇଛନ୍ତି ।
ପ୍ରେମ ପତ୍ରିକା ଦେଇ ଖୋଜୁଛନ୍ତି ଜୀବନସାଥୀ- ବର୍ତ୍ତମାନ ସମୟରେ ଲାଇଫପାର୍ଟନର ଖୋଜିବା ପାଁଇ ଡେଟିଙ୍ଗ ଆପ୍ଲିକେସନ ଏବଂ ୱେବସାଇଟ ଯୁବପିଢୀଙ୍କର ପ୍ରଥମ ପସନ୍ଦ ହୋଇଛି । ଯେ କେହି ବି ସଚ୍ଚା ପ୍ରେମ ପାଇବାକୁ ଡିଜିଟାଲ ସମାଧାନ ର ରାସ୍ତା ଖୋଜୁଛନ୍ତି ।ଏହାକୁ ନଜର ରେ ରଖି ଜାପାନ ସହର ବାସୀ କିଛି ନୂଆ ଉପାୟ ଆପଣାଇଛନ୍ତି । ଏହ ିସହରରେ ଲୋକମାନେ ପ୍ରେମ ପତ୍ର ଦେଇ ଜୀବନସାଥୀ ୍‌କୁ ବାଛିବା ପାଇଁ ଚାହୁଁଛନ୍ତି ।
ଏହି ତରିକା ଆପଣାଉଛନ୍ତି ଯୁବପିଢୀ-ଦକ୍ଷିଣ ଜାପାନର ମିୟାଜାକି ସହରରେ ଏଭଳି କିଛି ନୂଆ ଘଟଣା ଘଟୁଛି । ଜନ୍ମହାର କୁ ପ୍ରୋତ୍ସାହିତ କରିବା ପାଇଁ ଏଠାରେ ଲୋକମାନେ ପରସ୍ପରକୁ ପ୍ରେମ ପତ୍ର ପଠାଉଛନ୍ତି । ଏହି ପୁରାତନ ପଦ୍ଧତି ଦ୍ୱାରା ଜନ୍ମ ହାର ବୃଦ୍ଧି ରେ ସଫଳ ହେଉଥିବାର ଦେଖାଯାଉଛି । ରିପୋର୍ଟ ଅନୁଯାୟୀ, ସହରରେ ପ୍ରେମ ଚିଠି ଲେଖିବାର ପୁରୁଣା କୈାଶଳ ଯୁବକ ମାନଙ୍କ ମଧ୍ୟରେ ବହୁ ଲୋକପ୍ରିୟତା ହାସଲ କରିଛି ।
ପୁରୁଣା କୈାଶଳ କାମ କରୁଛି-ଅନଲାଇନ ଡେଟିଂ ତୁଳନାରେ ଏହା ଅଧିକ ସମୟ ନେଇଥାଏ । ଏହି ପୁରୁଣା କୌଶଳ କୁ ପୁର୍ନଜୀବିତ କରିଥିବା ସ୍ଥାନୀୟ ପରାମର୍ଶଦାତା ସଂସ୍ଥାର ମୁଖ୍ୟ ରି ମିୟାଟା କହିଛନ୍ତି କି , ପୁରୁଣା କୈାଶଳ ଆପଣଙ୍କ କଲମ ମୁନରେ ରହିଛି । ଆପଣ ଯାହା ବି କିଛି ଲେଖିବେ ତାହା ଇମାନଦାରୀ ଏବଂ ସାବଧାନ ସହକାରେ ଲେଖିବେ । ଅନ୍ୟ ଜଣେ ବ୍ୟକ୍ତିଙ୍କ ବିଷୟରେ ଆପଣଙ୍କୁ ବହୁତ କିଛି ଭାବିବାକୁ ପଡିବ ।
ଶବ୍ଦର ଶକ୍ତି ପ୍ରେମରେ ଆବଶ୍ୟକ କରେ-ଶବ୍ଦ ମଣିଷର ବ୍ୟକ୍ତିତ୍ତ୍ୱକୁ ପ୍ରକାଶ କରିଥାଏ । ଶକ୍ତିଶାଳୀ ବନାଇ ଥାଏ ।କମ୍ପାନୀର କହିବା ଅନୁଯାୟୀ, ପାଖାପାଖି ୪୫୦ ଲୋକ ପ୍ରଥମେ ସାଇନ ଅପ କରିଥିଲେ ଯେଉଁଥିରେ ୭୦ ପ୍ରତିଶତ ୨୦-୩୦ ବର୍ଷ ବୟସର ରହିଥିଲେ । ଏଥିରେ ଭାଗ ନେଇଥିବା ଲୋକମାନଙ୍କର କେବଳ ବୟସ ଲେଖାଯାଇଥିଲା । କୈାଣସି ଫଟୋ ନୁହେଁ । ମିୟାତା କହିଛନ୍ତି କି ଲାଇଫ ପାର୍ଟନଙ୍କ ତଲାଶରେ ଫେସ ଲୁକ ମୁଖ୍ୟ ହୋଇ ଥାଏ କିନ୍ତୁ ଶବ୍ଦ ମଣିଷର ବ୍ୟକ୍ତିତ୍ୱ କୁ ପ୍ରକାଶ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking