32.1 C
Bhubaneswar
Thursday, March 28, 2024
Homeଓଡିଶାଶୀତ ଦିନେ ଫଟା ଓଠରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଘରୋଇ ଉପଚାର

ଶୀତ ଦିନେ ଫଟା ଓଠରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଘରୋଇ ଉପଚାର

ଭୁବନେଶ୍ୱର:ଶୀତ ଆସିଲେ ପ୍ରାୟ ସମସ୍ତଙ୍କ ତ୍ୱଚାରେ ପରିବର୍ତ୍ତନ ଆସିଥାଏ । ଶୀତ ଯୋଗୁଁ ସ୍କିନ ଡ୍ରାୟ ହୋଇଯାଏ । ତ୍ୱଚାର ଶୁଷ୍କତା କାରଣରୁ ଓଠ ମଧ୍ୟ ଫାଟିଥାଏ । ଅତ୍ୟଧିକ ଶୀତ ଓ ଥଣ୍ଡା ଯୋଗୁଁ ଓଠ ଫାଟି ଏଥିରୁ ରକ୍ତ ବାହାରିଥାଏ । ଫଟା ଓଠରୁ ମୁକ୍ତି ପାଇବାକୁ ଚାହୁଁଥିଲେ କିଛି ଘରୋଇ ୁପଚାରକୁ ଆପଣାଇ ତୁରନ୍ତ ଏଥିରୁ ମୁକ୍ତି ପାଇପାରିବେ ।

ସୋରିଷ ତେଲ:-
ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ପକାନ୍ତୁ । ଯଦି ଆପଣ ପ୍ରତିଦିନ ନାଭିରେ ତେଲ ପକାଇବେ ତେବେ ଓଠ ଆଦୌ ଫାଟିବ ନାହିଁ ।

ଲହୁଣୀ:-
ଏହା ଖୁବ ପୁରୁଣା ଓ ଫଳପ୍ରଦ ଉପାୟ । ଲହୁଣିକୁ ୧୦ମିନିଟ ପର୍ଯ୍ୟନ୍ତ ଓଠରେ ଲଗାଇ ତୁଳାରେ ଗରମ ପାଣି ନେଇ ଓଠକୁ ସଫା କରିଦିଅନ୍ତୁ । ଏହି ଉପାୟ ଦିନକୁ ୨ଥର କରନ୍ତୁ ଏହା ଓଠକୁ ଫାଟିବାକୁ ଦେବ ନାହିଁ ।

ମହୁ ଗ୍ଲିସୋରିନ:-
ମହୁ ଓ ଗ୍ଲିସୋରିନକୁ ମିକ୍ସ କରନ୍ତୁ ଓ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଓଠରେ ଏହି ମିଶ୍ରଣ ଲଗାନ୍ତୁ । ଏହା ଆପଣଙ୍କୁ ନିଶ୍ଚୟ ଆରମ ଦେବ ।

ଅଲିଭ ଅଏଲ:-
ଆପଣ ଅଲିଭ ଅଏଲ ସହିତ ଭେସଲିନ ମିଶାଇ ଓଠରେ ମସାଜ କରନ୍ତୁ । ଏହା ଓଠକୁ ନମନୀୟ ରଖିବା ସହ ଶୁଖିଲା ଅନୁଭବ ହେବାକୁ ଦେବ ନାହିଁ ।

ଗୋଲାପ ପାଖୁଡା:-
ଆପଣ ଗୋଲାପ ଫୁଲର ପାଖୁଡାକୁ ପାଣିରେ କିଛି ସମୟ ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ । ଏବେ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଓଠରେ ଲଗାନ୍ତୁ । ଏହି ଉପାୟ କେବଳ ଓଠ ଫାଟିବାରୁ ମୁକ୍ତି ଦେଇଥାଏ ତାହା ନୁହେଁ ବରଂ ଏହା ସହିତ ଲିପ୍ସ ରଙ୍ଗକୁ ମଧ୍ୟ ଗୋଲାପି କରିଥାଏ ।

ଆଲୋଭେରା ଜେଲ:-
ଓଠର ଶୁଷ୍କତା ଓ କଳାପଣକୁ ଦୂରକରିବା ଲାଗି ଏହି ଆଲୋଭେରା ଜେଲ ମସାଜ କରନ୍ତୁ ।

ଘରେ ତିଆରି କରନ୍ତୁ ଲିପ୍ ବାମ୍:-
ଏକ ଚାମଚ ପେଟ୍ରୋଲିୟମ ଜେଲି ନିଅନ୍ତୁ । ସେଥିରେ ୫-୬ବୁନ୍ଦା ନଡିଆ ତେଲ ଓ ୨-୩ବୁନ୍ଦା ଏସେନ୍ସିଆଲ ଅଏଲ ମିକ୍ସ କରନ୍ତୁ । ଏହି ମିଶ୍ରଣ ପାଇଁ କଣ୍ଟେନର ରଖନ୍ତୁ । ଆପଣ କିଛି ସମୟ ପରେ ଦେଖିବେ ଏହା ସେଟ ହୋଇଯିବ । ଏହି କାମକୁ ଆପଣ ଏୟାର ଟାଇଟ ଛୋଟ ଡବାରେ ରଖି ଓଠରେ ଲଗାଇ ପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking