ଘରେ ରଖନ୍ତୁ କଇଁଛ : ଦୂର ହେବ ବସ୍ତୁ ଦୋଷ

ଭୁବନେଶ୍ୱର : ଘରର ଦକ୍ଷିଣ ଓ ପଶ୍ଚିମ ମୁଖୀ କେନ୍ଦ୍ରରେ ଏକ କଇଁଛ ରଖିବା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଘରର ମଧ୍ୟ ଭାଗରେ କଇଁଛ ରଖିବା ଦ୍ବାରା ନବଗ୍ରହ ସମାନ ଶକ୍ତି ଉତ୍ପନ୍ନ କରିଥାଆନ୍ତି । ଏହା ଦ୍ବାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବା ସହ ଜାତକରେ ସବୁ ଗ୍ରହ ଶୁଭ ସ୍ଥାନରେ ରହିଥାଆନ୍ତି ।
ମୁଖ୍ୟ ଦ୍ବାରରେ ଭିତର ପଟକୁ ମୁହଁ କରି କଇଁଛ ରଖନ୍ତୁ । ଏହାଦ୍ବାରା ମାନସିକ ଶାନ୍ତି ମିଳିବା ସହ ବାସ୍ତୁ ଦୋଷ ଠିକ୍ ହୋଇଥାଏ ଯଦି ଆପଣଙ୍କ ବେପାର ଭଲ ଚାଲୁନାହିଁ ବା ଅଫିସରେ କିଛି ସମସ୍ୟା ରହିଛି ତେବେ ଆପଣଙ୍କ ଅଫିସ ଓ ଘରେ ଗୋଟିଏ-ଗୋଟିଏ କଇଁଛ ରଖନ୍ତୁ । ଯେଉଁ ଘରେ କଇଁଛ ରହେ ସେହି ଘରର ଲୋକ ରୋଗାଗ୍ରସ୍ତ ହେଉନଥିବାର ବାସ୍ତୁବିତ୍‌ଙ୍କ ମତ।ପାଠପଢା ଏବଂ ଚାକିରୀରେ କଇଁଛ ଲାଭ ଦିଏ।ଯଦି ଆପଣଙ୍କ ଅଫିସରେ କାମରେ ମନ ଲାଗୁନାହିଁ ବା ଅଫିସରେ ପଦନ୍ନୋତି ହେଉ ନାହିଁ ତେବେ ଅଫିସର ଟେବୁଲ ଉପରେ କଇଁଛ ରଖିଲେ ଲାଭ ମିଳିବ ।ଯେଉଁ ବିଦ୍ୟାର୍ଥୀଙ୍କ ପାଠରେ ମନ ଲାଗୁନାହିଁ ବା ପାଠପଢାରେ ଉତ୍ତମ ନମ୍ବର ରଖୁନାହାଁନ୍ତି ସେମାନଙ୍କ ପଢା ଟେବୁଲ ଉପରେ କଇଁଛ ରଖିବା ଉଚିତ୍ । ଏହା ଦ୍ବାରା ପାଠରେ ମନ ଲାଗିବା ସହ ପରୀକ୍ଷାରେ ଭଲ ନମ୍ବର ଆସିଥାଏ ।